*ନୂଆପଡ଼ା ଜିଲ୍ଲା ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୫ ତମ କ୍ରୀଡା ଉତ୍ସବ ପାଳିତ, ମହିଳା ଙ୍କ ଶିକ୍ଷାରେ ଅଗ୍ରାଧିକାର ସମାଜ ସମୃଦ୍ଧି ର ପରିଚୟ ବୋଲି ଅତିଥିଙ୍କ ଉଦବୋଧନ*
ନୂଆପଡା(ମିଖାଏଲ ନନ୍ଦ)
ତା:୧୮.୧୨.
ନୂଆପଡ଼ା ଜିଲ୍ଲା ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୨୫ ତମ କ୍ରୀଡା ଉତ୍ସବ ପାଳିତ, ମହିଳା ଙ୍କ ଶିକ୍ଷାରେ ଅଗ୍ରାଧିକାର ସମାଜ ସମୃଦ୍ଧି ର ପରିଚୟ ବୋଲି ଅତିଥିଙ୍କ ଉଦବୋଧନ ଦେଇଥିଲେ। ୨୫ ତମ କ୍ରୀଡା ଉତ୍ସବ ରେ ସମାଜ୍ ସେବୀ ବିକାଶ ବଂଶଲ ଓ ବିଦ୍ୟାଳୟ ଅଧ୍ୟକ୍ଷା ସସ୍ମିତା ପ୍ରଭା ସାମଲ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ମହିଳା ବିଦ୍ୟାଳୟ ଛାତ୍ରୀ ମାନେ ଉତ୍ସାହ ସହ କ୍ରୀଡା ରେ ଅଂଶ ଗ୍ରହଣ କରିଥିଲେ। ଦୌଡ,ଉଚ୍ଚ ଡିଆଁ , ଲମ୍ବ ଡିଆଁ, ଦଉଡ଼ି ଟାଣିବା, ସାଇକେଲ ରେସ, ଆଭ୍ୟନ୍ତରୀଣ କ୍ରୀଡା ଅନୁଷ୍ଠିତ ହୋଇଅଛି। ଶିକ୍ଷା କୁ ଚାରି କାନ୍ଥ ମଧ୍ୟରେ ଆବଦ୍ଧ ନ କରି ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରଦାନ ର ପ୍ରୟାସ ବୋଲି ଅଧ୍ୟକ୍ଷା ସାମଲ ପ୍ରକାଶ କରିଥିଲେ।୧୨ ଜଣ କ୍ରୀଡା ସ୍ବେଛାସେବୀ ଙ୍କୁ ନେଇ କ୍ରୀଡା ଶିକ୍ଷକ ସୁର୍ଜିତ କୁମାର ପାତ୍ର, ପନଙ୍ଗସିଂ ନିନା ମାଁ ସମଲେଶ୍ଵରୀ ରୁ ବିଜୟ ମଶାଲ ଆଣିଥିଲେ। ମୁଖ୍ୟ ଅତିଥି ଦ୍ବାରା ସ୍ଥାପିତ୍ ହୋଇଥିବା ବେଳେ ଅଧ୍ୟକ୍ଷା ଶପଥ ପାଠ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଳ୍ପଶ୍ରୀ ଆଚାର୍ଯ୍ୟ, ଚେତନା ନାଏକ, ଜ୍ୟୋତ୍ସ୍ନା ସାହୁ, ମମତା ସାହୁ, ଗିରିସୂତା ସାହୁ, ଲିଲି ସାହୁ, ଜ୍ୟୋସ୍ନା ରାଣୀ ସାହୁ ଶୁବାଶିନି ସେଠୀ, ସହାୟତା।
