*ଲୋକ ସଂସ୍କୃତି ଓ ପରମ୍ପରା ର ମହୋଦଧି ରେ ନିଆରା ଲୋକ ମହୋତ୍ସବ, ଖଡିଆଳ ମହୋତ୍ସବ ୨୦୨୬ ପାଳନ ନେଇ ଦିନ ଧାର୍ଯ୍ୟ, ଆସନ୍ତା ଫେବୃଆରି ୪,୫,୬,୭,୮ ତାରିଖ ପାଞ୍ଚ ଦିନ ବ୍ୟାପୀ ଅନୁଷ୍ଠିତ ନେଇ ସାମ୍ବାଦିକ ସମ୍ମିଳନୀ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୮.୧୨.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ମଧ୍ୟରେ ଥିବା ସାଂସ୍କୃତିକ ଅନୁଷ୍ଠାନ ପରିସର ମଧ୍ୟରେ ଖଡିଆଳ ମହୋତ୍ସବ ପାଳନ କମିଟି ପକ୍ଷ ରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି।ଲୋକ ସଂସ୍କୃତି ଓ ପରମ୍ପରା ର ମହୋଦଧି ରେ ନିଆରା ଲୋକ ମହୋତ୍ସବ, ଖଡିଆଳ ମହୋତ୍ସବ ୨୦୨୬ ପାଳନ ନେଇ ଦିନ ଧାର୍ଯ୍ୟ ହୋଇଅଛି। ଆସନ୍ତା ଫେବୃଆରି ମାସ ୪,୫,୬,୭,୮ ତାରିଖ ପାଞ୍ଚ ଦିନ ବ୍ୟାପୀ ମହୋତ୍ସବ ଅନୁଷ୍ଠିତ ନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଥିଲେ। ଚଳିତ ବର୍ଷ ପ୍ରଶାସନ ପକ୍ଷ ରୁ ମଧ୍ୟ ସମର୍ଥନ ଏବଂ ସହଯୋଗ ଥିବା ବେଳେ ଜନସାଧାରଣ ଙ୍କ ବିପୁଳ ସାହାର୍ଯ୍ୟ ସହଯୋଗ ଦ୍ଵାରା ପ୍ରତିଫଳିତ ହୋଇଥାଏ ଖଡିଆଳ ମହୋତ୍ସବ। ଆଜି ସାମ୍ବାଦିକ ସମ୍ମିଳନୀ ରେ ଖଡିଆଳ ବିଧାୟକ ତଥା ମହୋତ୍ସବ ପାଳନ କମିଟି ଅଧ୍ୟକ୍ଷ ଅଧିରାଜ ପାଣିଗ୍ରାହୀ, ସମ୍ପାଦକ ପ୍ରୁଥିରାଜ୍ ମହାନ୍ତି, ଉପ ସଭାପତି ଉଜ୍ଜଳ ଗୁପ୍ତା, ନୟନ ବିଭାର ଏବଂ ଉପଦେଷ୍ଟା ଗୋବର୍ଦ୍ଧନ ସୁନା ପ୍ରମୁଖ ଯୋଗ ଦେଇ ମହୋତ୍ସବ ପାଳନ ନେଇ ଉପ କମିଟି ଅଧ୍ୟକ୍ଷ ଘୋଷଣା କରିଛନ୍ତି।
