ସାଲକଟା ଗ୍ରାମର 5 ମାସର ଶିଶୁର ସ୍ବାସ୍ଥ୍ୟ ସମସ୍ୟା, ମେଡିକାଲ୍ ଟିମ ସହ ପହଞ୍ଚିଲେ ଜିଲ୍ଲାପାଳ :-
(ସୋମବାର) ଦିନ ସକାଳ 10 ଘଟିକା ସମୟରେ ହରଭଙ୍ଗା ବ୍ଲକ ପୁରୁଣାକଟକ ଗ୍ରାମ ପଞ୍ଚାୟତ ସାଲକଟା ଗ୍ରାମର 5 ମାସର ଶିଶୁକୁ ଭେଟି ଜିଲ୍ଲାପାଳ ବିଭୂତି ଭୁଷଣ ନାୟକ ପିତାମାତାଙ୍କ ଠାରୁ ଶିଶୁ ର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ l ମିଳିଥିବା ସୂଚନା ଅନୁଯାୟୀ ସାଲକଟା ଗ୍ରାମ ଦଳିତ ସାହିର ଲୁଲୁ ନାଏକ ଙ୍କ 5 ମାସର ଶିଶୁ କନ୍ୟା ଜନ୍ମରୁ ଅନ୍ଧ ଓ ତାର ମଳଦ୍ୱାର ନାହିଁ ଫଳରେ ଅର୍ଥାଭାବ ଯୋଗୁଁ ଚିକିତ୍ସl କରାଇ ନପାରି ପରିବାର ମ୍ରିୟମାଣ ହୋଇ ପଡିଛନ୍ତି l ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଶ୍ରୀ ନାୟକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସl ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା ଓ ଡାକ୍ତରୀ ଟିମ ସହ ସାଲକଟା ଗ୍ରାମରେ ପହଞ୍ଚିଥିଲେ | ଶିଶୁକନ୍ୟା ଓ ତାର ପିତା ମାତା ଘରେ ଅନୁପସ୍ଥିତ ଥିବା ଓ ନିକଟସ୍ଥ ଉଦୟପୁର ଗ୍ରାମର ସମ୍ପର୍କୀୟଙ୍କ ଘରକୁ ଯାଇଥିବା ସୂଚନା ପାଇ ଜିଲ୍ଲାପାଳ ଉଦୟ ପୁର ଗ୍ରାମକୁ ଯାଇଥିଲେ l ସେଠାରେ ଶିଶୁକୁ ଦେଖିବା ସହ ତାର ପିତାମାତାଙ୍କ ସହ ଆଲୋଚନା କରି ଆବଶ୍ୟକ ଚିକିତ୍ସl ଓ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି l
