*ନୀଳମଣି କଲେଜ ପୁରାତନ ଛାତ୍ର ସଂସଦର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ*
———————————————–
ବସ୍ତା : : (ନିପ୍ର) : ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପୁରାତନ ଛାତ୍ର ସଂସଦର ବରିଷ୍ଠ ଉପଦେଷ୍ଟା ପର୍ଶୁରାମ ବେହେରାଙ୍କ ସଭାପତିତ୍ବରେ ନୀଳମଣି ମହାବିଦ୍ୟାଳୟର ପଚାଶ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ତପନ କୁମାର ବେହେରା ଆଭାସୀ ଯୋଗେ ପୁରାତନ ଛାତ୍ରସଂସଦର ସଦସ୍ୟ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଉଦବୋଧନ ଦେଇଥିଲେ। ସତ୍ୟରଞ୍ଜନ ମହାନ୍ତି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପୁରାତନ ଛାତ୍ର ସଂସଦର ଉପସଭାପତି କୌଶିକ ଚାନ୍ଦ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଦସ୍ୟ ତାପସ କୁମାର ପଣ୍ଡା, ମନୋରଞ୍ଜନ ନାୟକ, ବିଜୟ ମହାପାତ୍ର, ଗୋପାଳ ଚନ୍ଦ୍ର ସାହୁ, ଗୌରାଙ୍ଗ ପଣ୍ଡା ଓ ମୃତ୍ୟୁଞ୍ଜୟ ବାରିକ ପ୍ରମୁଖ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ ପାଳନର ବିଭିନ୍ନ ଆଭିମୁଖ୍ୟ ଓ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ମାନସ ସେନାପତି, ଡମ୍ବରୁଧର ରାଉତ, ବିକାଶ ମହାପାତ୍ର ଓ ଜ୍ୟୋତିରଞ୍ଜନ ବର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସଦସ୍ୟ ଗଣେଶ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
