କେନ୍ଦୁଝର:କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଳାସପଙ୍ଗା ପଞ୍ଚାୟତ ଓ କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟର ମିଳିତ ସହଯୋଗରେ ଚକ୍ଷୀ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି।କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ଦ୍ବାରା ଅନ୍ଧତ୍ବ ମୁକ୍ତ ସମାଜ ଗଠନ ଅଭିଯାନ ଲକ୍ଷରେ ପଳାସପଙ୍ଗା ସରପଞ୍ଚ ବାସନ୍ତୀ ନାୟକ ଶିବିର ଉଦଘାଟନ କରିଥିଲେ।ଏଥିରେ ସ୍ଥାନୀୟ ଜାମୁଡିହା,ହୁଣ୍ତୁଳା,ପଳାସପଙ୍ଗା,
ବାଙ୍କମାରୁଣୀ,ସରାସକେଲା,ମୁରୁସୁଆଁ,ଖପରାଖାଇ,ଜାମୁପୋଶି,ନୂଆଗାଁ ଆଦି ଗ୍ରାମର ୬୨ଜଣ ବରିଷ୍ଟ ନାଗରିକ ମାନଙ୍କର ଚକ୍ଷୁପରୀକ୍ଷା କରାଯାଇଥିଲା।କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ର ସଂମ୍ପାଦକ ଶ୍ରୀଭକ୍ତବତ୍ସଳ ମହାନ୍ତି ଶିବିର ସଂଯୋଜନା କରିଥିଲେ।ଭୂମିକା ଚକ୍ଷୁ ଚିକିତ୍ସାଳୟର ଅପଟମ ଜଗମୋହନ ଦାସ,ବରିଷ୍ଠସ୍ବାସ୍ଥ୍ୟସେବିକା ସୁଶ୍ରୀ ଅନ୍ନପୂର୍ଣ୍ଣା ମହାନ୍ତ,ସଂଗଠକ ଶ୍ରୀ ହିମାଂଶୁ ପାତ୍ର ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ଚକ୍ଷୁ ପରୀକ୍ଷା କରିବା ସହିତ ପ୍ରାଥମିକ ସେବା ଯୋଗାଇଦେଇଥିଲେ।ସେମାନଙ୍କ ମଧ୍ୟରେ ୮ଜଣ ମୋତିଆ ବିନ୍ଦୁ ରୋଗୀ ଙ୍କୁ ଅସ୍ତ୍ର ପ୍ରଚାର ପାଇଁ ଭୂମିକା ଚକ୍ଷୁ ଚିକିତ୍ସାଳୟକୁ ପ୍ରେରଣ କରାଯାଇଛି।କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟର ପରାମର୍ଶଦାତା ଡା.ବିମ୍ବାଧର ବେହେରା,ଅଧ୍ୟକ୍ଷା ଅଧିବକ୍ତା ଜଗତଜିତା ଦାସ ଜିଲ୍ଲାରେ ଅନ୍ଧତ୍ବ ମୁକ୍ତ ଅଭିଯାନରେ ସର୍ବସାଧାରଣ ସାମିଲ ହେବାକୁ ଆହ୍ବାନ ଦେଇଥିଲେ।
