
କଳାହାଣ୍ଡି: ଜୟପାଟଣା:- ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଧିନସ୍ତ କର୍ମେଲି ଗ୍ରାମରେ ।ପ୍ରକାଶ ଥାଉକି ଦୋଳ ପୂର୍ଣ୍ଣିମା ଅବସରରେ କର୍ମେଲି ଗ୍ରାମ ପ୍ରତି ବର୍ଷ କିଛି ନା କିଛି ମନୋରଞ୍ଜନ କାରୀ କାର୍ଯ୍ୟକ୍ରମ କରିଥାଏ କିନ୍ତୁ ଏବର୍ଷ ଦୋଳପୁର୍ଣିମା ଯାତ୍ରା କରିବାକୁ ଯାଇ ଖୁଡଖୁଡ଼ୀ ଭଳି ଜୁଆ ଖେଳକୁ ଆଶ୍ରୟ ଦେଇ ଜନତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଲୁଟାଯାଉଥିବା ଅଭିଯୋଗ ହେଈଛି ।ରାତ୍ରିରେ ଯାତ୍ରା ଦେଖିବାକୁ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ପାରିବାରିକ ଲୋକ ତଥା ଯୁବକ, ସ୍କୁଲକଲେଜ ଛାତ୍ରଛାତ୍ରୀ ଜୁଆଖେଳର ପ୍ରଲୋଭନରେ ପଡି ନିଜ ଗାଡି ମୋଟର, ସୁନାଗହଣା, ବନ୍ଧା ପକେଇ ସର୍ବସ୍ୱ ହରାଇବା ସହ ନିଜ ସ୍ତ୍ରୀ ଛୁଆ ପିଲାଙ୍କ ପ୍ରତି ଅସଦାଚରଣ କରୁଛନ୍ତି ଏବଂ।ପରିଶେଷରେ ପରିବାର ଛାରଖାର ହେଇଯାଉଥିବା ଦେଖିବାକୁ ମିଳିଥାଏ ।ଏପରି ସ୍ଥଳେ ଜୟପାଟଣା ପୋଲିସ ପ୍ରଶାସନ ଚୁପ ହେଇ ବସିବା ଦୁର୍ଭାଗ୍ୟ ଜନକ ଅଟେ ।
ଜୟପାଟଣା ପୋଲିସ ପ୍ରଶାସନଙ୍କ ଦୃଷ୍ଟି ଜୁଆଖେଳରେ ପଡୁଥିଲେ ସୁଦ୍ଧା ଅଣଦେଖା କରୁଥିବାରୁ ଏହି ଜୁଆଖେଳ ଜୟପାଟଣା ଅଞ୍ଚଳର ଫୁଟବଲ ଖେଳ, କ୍ରିକେଟ ଖେଳ, ଓ ସଂକୃତିକ କାର୍ଯ୍ୟକ୍ରମ ଭଳି ଅନେକ ସ୍ଥାନରେ ଉପଲବଦ୍ଧ ରହୁଛି।ଯାହା ଆଜି ଜନସମାଜରେ କୁପ୍ରଭାବ ପଡୁଛି ।ତେଣୁ ଏପ୍ରକାର ଜୁଆଖେଳକୁ ଜୟପାଟଣା ପୋଲିସ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବ ବୋଲି ଜନସାଧାରଣ ଆଶା ପ୍ରକଟ କରିଛନ୍ତି ।ଖବର ପ୍ରସାରଣ ପରେ ପ୍ରଶାସନ କି ପଦକ୍ଷେପ ନେବ ଦେଖିବାକୁ ବାକି ରହିଲା ।