
ଭବାନୀପାଟଣା, (କିଶନ୍ ଶର୍ମା )ଭାରତୀୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ସାକ୍ଷ ଅଧିନିୟମ ସମ୍ପର୍କିତ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୧୦ତାରିଖ ସୋମବାର ଦିନ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ପବ୍ଲିକ୍ ପ୍ରସିକ୍ୟୁଟରଙ୍କ ଆବାହକତ୍ୱରେ ସରକାରୀ ଆଇନଜୀବୀ (ନନ୍ କ୍ୟାଡର)ମାନଙ୍କୁ ନେଇ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ପବ୍ଲିକ୍ ପ୍ରସିକ୍ୟୁଟର୍ ନିଦର୍ଶନୀ ରଥ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ସରକାରୀ ଓକିଲ ଜିତେନ୍ଦ୍ର କୁମାର ମହାନ୍ତି, ଦିବ୍ୟ ରଞ୍ଜନ ବହିଦାର, ଶୁଭ୍ରାଂଶୁ ସାହୁ, ଧୀରେନ୍ଦ୍ର ନାଥ ପାତ୍ର, ରାଜ କୁମାର ଆଚାର୍ଯ୍ୟ, ବଟକୃଷ୍ଣ ଆଚାର୍ଯ୍ୟ, ଲୋକନାଥ ନାୟକ, ଦିଗମ୍ବର ନାଏକ, ଅଶୋକ କୁମାର ନାଏକ, ରାଜେନ୍ଦ୍ର ମୁନି, ଅଜିତ ସାହୁ ପ୍ରମୁଖ ଉପସ୍ଥିତ