
ଚଣ୍ଡିଖୋଲ ନେଉଳପୁର ଗ୍ରାମ ପଞ୍ଚାୟତ ବଡ଼ ଅଗ୍ନିକାଣ୍ଡ
ଯାଜପୁର, ଧର୍ମଶାଳା
ଯାଜପୁର ଜିଲ୍ଲାର ଧର୍ମଶାଳା 16 ନଂ ଜାତୀୟ ରାଜପଥ ଚଣ୍ଡିଖୋଲ ଫାଣ୍ଡି ଠାରୁ 50 ମିଟର ପାଖରେ ଏଇ ଅଗ୍ନିକାଣ୍ଡ ଘଟିଥିଲା ସମୟ ପ୍ରାୟ 9:40 ରାତିରେ ଚଣ୍ଡିଖୋଲ ଫାଣ୍ଡି ପାଖରେ ଥିବା ଏକ କବାଡିୟା ଟାୟାର ଦୋକାନ ସେକ କଲାମ୍ କରିଥିଲେ ଖବର ରୁ ଜଣାପଡିଛି ଯେ ରାତି ରେ ଗଂଜେଇ ଖାଉଥିବା ଲୋକ ସେ ଜାଗା କୁ ଯାଇଥିଲେ ସ୍ଥାନୀୟ ଲୋକେ କହିବା କଥା ଅନୁସାରେ ସେହି ଲୋକେ ଏହି ଘଟଣା ଘଟାଇଛନ୍ତି। ଏହି ନିୟା ଏତେ ବଡ଼ ଆକାର ରେ ଲାଗିଥିଲା ଚଣ୍ଡିଖୋଲ ଅଗ୍ନିଶମ କର୍ମଚାରୀ ଏହି ନିୟା କୁ କାବୁ କରି ପାରିନଥିବାରୁ ସେମାନେ ଚଡେଇଧରା ଅଗ୍ନିଶମ ଗାଡି ଟିକୁ ଡାକି ଥିଲେ ଏହି ଗାଡି ଟି ଆସିବା ପରେ ନିୟା ରେ କାବୁ କରାଯାଇଥିଲା। ଘଟଣା ଯୋଗୁ 20.00000 ଟଙ୍କା ର ଟାୟାର ପୋଡ଼ି ନଷ୍ଟ ହୋଇଥିବାର ଜଣାପଡ଼ିଛି। ଏହି ଘଟଣା ବିଷୟରେ ସେକ କଲାମ୍ ଧର୍ମଶାଳା ଥାନାକୁ ଏତଲା ଦେଇଛନ୍ତି।
ଧର୍ମଶାଳା ରୁ ସେକ ହାସିମ ର ରିପୋର୍ଟ।