*ଖଡ଼ିଆଳ ବ୍ଲକ୍ ମହୁଲକୋଟ କ୍ଲଷ୍ଟରରେ ସୁରଭୀ ଶିଶୁ ମହୋତ୍ସବ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ମହୁଲକୋଟ କ୍ଲଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ ଖମତରାଇ ଠାରେ କଲାକାନୁ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ଲଷ୍ଟର ସ୍ତରୀୟ ସୁରଭୀ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଅଛି।
ମୁଖ୍ୟ ଅତିଥି ଭାବେ କମ୍ପାନିଗୁମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବଂଶୀଧର ଶବର, ମୁଖ୍ୟ ବକ୍ତା ଭାବେ କୋଟାମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚାମେରାମ ବାରିକ ଉପସ୍ଥିତ ଥିଲେ। ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସମାଟ ପଦର ପ୍ରଧାନ ଶିକ୍ଷକ ଧର୍ମବୀର ରାଉତ, ଢୋଡ଼ାପଡ଼ା ପ୍ରଧାନ ଶିକ୍ଷକ କ୍ଷୀର ପ୍ରସାଦ ଭୋଇ, ପୂଝାରୀପଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ, ଖମତରାଇ ପ୍ରଧାନ ଶିକ୍ଷକ ମୋହନ ମାଝୀ ଏବଂ PHS ରଣୀମୁଣ୍ଡର ଧୀରେନ୍ଦ୍ର ବିଶ୍ୱାଳ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କଲେ।
ମଞ୍ଚ ପରିଚାଳନା ପ୍ରଶାନ୍ତ ସେନା କଲେ।
ମହୋତ୍ସବରେ ଛାତ୍ରଛାତ୍ରୀମାନେ ବକ୍ତୃତା, ଗୀତ, ଚିତ୍ରାଙ୍କନ, ହସ୍ତାକ୍ଷର, ପରିଚ୍ଛେଦ ଲେଖନ, ଗଣିତ କ୍ବିଜ୍, ଗଣିତ ରେସ୍, PM ପୋଷଣ, ଆର୍ଟ ଏଣ୍ଡ କ୍ରାଫ୍ଟ ଇତ୍ୟାଦି ରୋମାଞ୍ଚକ ପ୍ରତିଯୋଗିତାରେ ଭାଗ ନେଲେ। ବିଜେତାମାନଙ୍କୁ ସର୍ଟିଫିକେଟ, ପୁରସ୍କାର ଏବଂ ଟ୍ରଫି
