ପବ୍ଲିକ ରାଇଟ୍ସ ଆସୋସିଏସନ ଓଡିଶା ତରଫରୁ ଏକ ରାଜ୍ୟ ସ୍ତରୀୟ ୟୁଥ କନକ୍ଳେଭ ଓ ସମ୍ମାନ ଉତ୍ସବ
ଭୁବନେସ୍ୱର ଗୀତ ଗୋବିନ୍ଦ ସଦନରେ ପବ୍ଲିକ ରାଇଟ୍ସ ଆସୋସିଏସନ ଓଡିଶା ତରଫରୁ ଏକ ରାଜ୍ୟ ସ୍ତରୀୟ ୟୁଥ କନକ୍ଳେଭ ଓ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶିଳ୍ପ ଏବଂ ଦକ୍ଷତା ବିକାଶ ବିଭାଗ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ମୁଖ୍ୟ ବକ୍ତା ଡକ୍କ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ନଗର ଉନ୍ନୟନ ବିଭାଗ ଓଡିଶା ସରକାର ଏବଂ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜ ମାନନୀୟ ଜିଲ୍ଲାପାଳ ସଂମ୍ମାନିତ ଅତିଥି ଭାବେ ସମ୍ମତି ପ୍ରଦାନ କରିଥିଲେ, କୌଣସି କାରଣ ବଶତଃ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାରେ ଅସମର୍ଥ ହୋଇ ସେମାନଙ୍କର ଶୁଭ କାମନା ଜଣାଇ ଥିଲେ l ଏହି କାର୍ଯ୍ୟକ୍ରମରେ ମାନ୍ୟବର ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ମଧ୍ୟ ବିଧାୟଜ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ. ଭଟଲି, ବରଗଡ଼ ଯୁବ ବିଧାୟଜ ଶ୍ରୀଯୁକ୍ତ ଇରାଶିଷ ଆଚାର୍ଯ୍ୟ, ଲୋକ ସେବକ ମଣ୍ଡଳ ନୂଆ ଦିଲ୍ଲୀ ଉପାଧ୍ୟକ ଶ୍ରୀଯୁକ୍ତ ପ୍ରଭାସ ଆଚାର୍ଯ୍ୟ, ଶ୍ରୀଯୁକ୍ତ ପ୍ରଦୀପ କୁମାର ବେହୁରିୟା ସଂମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଯୁବ ସମାଜ ଜାଗ୍ରତ ହୋଇ ସମାଜ ସେବା କୁ ବ୍ରତ ଭାବେ ଗ୍ରହଣ କରି, ରାଜ୍ୟ, ଦେଶ ସେବାରେ ପ୍ରମୁଖ ଭୂମିକା ଗ୍ରହଣ ପାଇଁ ଉଦବୋଧନ ଦେଇଥିଲେ l ପବ୍ଲିକ ରାଇଟ୍ସ ଆସୋସିଏସନ ଓଡ଼ିଶାର ସଭା ନେତ୍ରୀ ଶ୍ରୀମତୀ ଜ୍ୟୋତିର୍ମୟୀ ପଣ୍ଡା ମହୋଦୟା ପ୍ରେରଣା ର ଉତ୍ସ ପାଲ ଟିଥିବା ଓଡିଶା ର ପ୍ରତି ଜିଲ୍ଲା ରୁ ଯୁବ ସମାଜସେବୀ, ଅନୁଷ୍ଠାନ, ବ୍ୟବସାୟୀ, ଡାକ୍ତର, ଓକିଲ, ନୃତ୍ୟନୁଷ୍ଠାନ, ଗୀତିକାର, କବି, ଲେଖାୟିତ୍ରୀ, ଚୟନ କରି ପ୍ରେରଣା ସମ୍ମାନ ରେ ସମ୍ମାନିତ କରି, ସମସ୍ତ ବ୍ୟକ୍ତି ତ୍ବ ଙ୍କୁ ନିଜ ମନ କୁ ଜାଗ୍ରତ କରି ସମାଜ ସେବା ରେ ବ୍ରତୀ ହେବା ପାଇଁ ଆହ୍ୱାନ କରିଥିଲେ l ଶେଷରେ ପବ୍ଲିକ ରାଇଟ୍ସ ଆସୋସିଏସନ ର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ମହାନକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅନୁଷ୍ଠାନ ର ମାନଜିଙ୍ଗ ଟ୍ରଷ୍ଟି ଶ୍ରୀମତୀ ପଙ୍କଜିନୀ ବେହୁରା ଓ ଶ୍ରୀଯୁକ୍ତ ସ୍ବପ୍ନ କୁମାର ମିଶ୍ର, ପରିଚାଳନା କରିଥିଲେ l ଆଇନଜୀବୀ ଅଙ୍କିତା ଗଙ୍ଗଦେବ, ଆଲବର୍ତ ସକେସ୍ପିଆର ବେନ୍ୟା, ଆଇନଜୀବୀ ବବିତା ଘଡେଇ, ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ରବି ରାଉତରାୟ, ଅଭିମନ୍ୟୁ ସ୍ୱାଇଁ, ସୁବ୍ରାଂଶୁ ଶେଖର ଜେନା, ସ୍ୱୟପ୍ରଭା ବେହେରା, ରୁପାଲୀ ହୋତା,ଶ୍ଵେତାଲିନା ପଣ୍ଡା ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳିତ କରିଥିଲେ l
