*ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାନସିକ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଅନ୍ତର୍ଗତ ସିନାପାଲି ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ପରୀକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି। ଶିବିରରେ ଅଂଚଳର ଅନେକ ମାନସିକ ରୋଗୀ ନିଜର ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ଓ ଚିକିତ୍ସାଗତ ସହାୟତା ନେଇଥିଲେ।ଉକ୍ତ ଶିବିରରେ ଭୀମ ଭୋଇ ମେଡିକାଲ କଲେଜ ର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅନିଲ କୁମାର ନାୟକ , ନୂଆପଡା ଜିଲ୍ଲା ଡିପିଏଚଓ ଡାକ୍ତର ଦ୍ୱାରିକାନାଥ ଶତପଥି, ଏଡିପିଏଚଓ (ଭିବିଡି)ଡାକ୍ତର ଗୁରୁପ୍ରସାଦ ଜେନା,ଏଡିପିଏଚସିଓ ମିନକେତନ ମାଝୀ, ତଥା ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗ ର ଡାକ୍ତର ଉମାକାନ୍ତ ମେହେର,କମ୍ୟୁନିଟି ସୁପରଭାଇଜର କୁଶ ସାହୁ, କେଶ ୱାର୍କର ବିମଲ ପ୍ରସାଦ ଭାଟି ଉପସ୍ଥିତ ଥିବା ବେଳେ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର ସିନାପାଲି ଚିକିତ୍ସାଧିକାରୀ ଡାକ୍ତର ଶ୍ରୀମାନ ସାହୁ, ଡାକ୍ତର ଭୈରବ ପାଣିଗ୍ରାହୀ,ବିପିଏମ ରତ୍ନାମଣୀ ଭୁଏ, ପିଏଚଇଓ ଅଙ୍ଗଦରାମ ମାଝି,ବିଏଏମ ଶୁଭ୍ରାଂଶୁ ଦଣ୍ଡସେନା, ବିଡିଏମ ବୈଶମ୍ପାୟନ ମେହେର,ଏମଆରଏ ଡିଙ୍ଗର ଦଳପତି ତଥା ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ |
