*ସାନମୂଲା ମହିମା ଆଶ୍ରମ ର ଅଲେଖ ବାବା ଲକ୍ଷ୍ମଣାନନ୍ଦ ଦାସଙ୍କ ଇହଧାମ ତ୍ୟାଗ, ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳୀ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ସୀମାନ୍ତ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବଳଧା ପଞ୍ଚାୟତ ଅନ୍ତର୍ଗତ ସାନମୂଳା ଗ୍ରାମର ମହିମା ଆଶ୍ରମ ଏବଂ ମଠ ର ମଠାଧିଷ ଲକ୍ଷ୍ମଣାନନ୍ଦ ଦାସ ଙ୍କ ଆଜି ୮୦ ବର୍ଷ ରୁ ଉର୍ଦ୍ଧ ବୟସରେ ଦେହାନ୍ତ ହୋଇଅଛି। ତାଙ୍କ ଇହଧାମ ତ୍ୟାଗ ପରେ ବିଭିନ୍ନ ମହଲ ରୁ ଆଲେଖ ଧର୍ମାବାଲମ୍ବୀ ବାବା ମାନେ ଆସି ସାନମୂଳା ଗ୍ରାମରେ ତାଙ୍କ ବିପୁଳ ଶୋଭାଯାତ୍ରା ରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଅଛି। ତାଙ୍କ ପବିତ୍ର ଶରୀର ପାଞ୍ଚ ଭୂତ ରେ ଲୀନ କରିଥିବା ବେଳେ ଘୃତ ରେ ଅଲେଖ ଧର୍ମ ନେଇ ଶେଷ କୃତ୍ୟ କରିଥିଲେ।
ଦୀର୍ଘ ୪୫ ବର୍ଷ ଧରି ରହି ବଙ୍ଗୋମୁଣ୍ଡାରେ ପୀଠ ସେବା ପ୍ରଦାନ କରିଥିଲେ। ଶେଷ ପୁଟୁପଡା ମଠ ର କିଶୋରଚନ୍ଦ୍ର ଦାସ ବାବା,ମୁରିବାହାଲ ଅଞ୍ଚଳ ର ସୁଶୀଲ ବାବା,ବ୍ରହ୍ମାନନ୍ଦ ବାବା, ଖଡିଆଳ ନୀମାଇ ଚରଣ ତାଣ୍ଡି ,ପଶ୍ଚିମ ଓଡିଶା ର ସମସ୍ତ ସାଧୁ ଭକ୍ତ ମାନେ ଆସି ତାଙ୍କର ଅନ୍ତିମ ସଂସ୍କାର କରିଥିଲେ।ତାଙ୍କ ବିୟୋଗ ରେ ପଶ୍ଚିମ ଓଡ଼ିଶା ତଥା ଛତିଶଗଡ ରାଜ୍ୟ ର ବିଭିନ୍ନ ସ୍ଥାନ କୁ ଶୋକ ବାର୍ତ୍ତା ମିଳିଅଛି। ବିଭିନ୍ନ ସଭା ରେ ଯୋଗ ଦେଇ ଧର୍ମ ସଙ୍କ୍ରାନ୍ତୀୟ ବାର୍ତ୍ତା ଦେଇ ଆସୁଥିଲେ । ତାଙ୍କର ବିୟୋଗ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି । ତାଙ୍କର ବିୟୋଗ ହେବା ପରେ ବହୁ ଭକ୍ତ ମାନେ ଆସି ଶେଷ ଦର୍ଶନ କରିଥିଲେ
