ନାକଟିଦେଉଳ ବିଡ଼ିଓ ଆଇଏସ କୁମାରୀ ଶୁଭ୍ରା ପଣ୍ଡା ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ରେଢ଼ାଖୋଲ ଶନିବାର ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କାର୍ଯ୍ୟାଳୟ ସ୍ଥିତ ରାଜୀବ ଭବନସଭା ଗୃହ ଠାରେ ବିଡ଼ିଓ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ନାକଟିଦେଉଳ ବ୍ଲକରେ ୨୮ ଦିନ ପ୍ରାଥମିକ ତାଲିମ କାର୍ଯ୍ୟ କାଳର ରହଣି ମଧ୍ୟରେ ନାକଟିଦେଉଳ ବିଡ଼ିଓ ଦାୟିତ୍ୱରେଥିବା ଆଇଏସ କୁମାରୀ ଶୁଭ୍ରା ପଣ୍ଡା ନାକଟିଦେଉଳ ବ୍ଲକ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବା ସହିତ ବ୍ଲକରେ ଥିବା ସମସ୍ତ ହାଇସ୍କୁଲରେ ଡାଇନିଂ, ବାଳକ, ବାଳିକା ଛାତ୍ର ଛାତ୍ରୀଙ୍କପାଇଁଶୌଚାଳୟବ୍ୟବସ୍ଥା,ଅଙ୍ଗନୱାଡିକେନ୍ଦ୍ର ଉନ୍ନତି ପାଇଁ ଅନୁମୋଦନ ପାଇଁ ସରକାରଙ୍କୁ ପ୍ରସ୍ତାବ ପଠାଇଥିବା ବେଳେ ବିଏସ ଏନଏଲ ନେଟ ୱାର୍କ ଅବ୍ୟବସ୍ଥା ପାଇଁ ଭାରତ ସଂଚାର ନିଗମ ଅଧିକାରୀଙ୍କୁ ଏହାର ସମାଧାନ ପାଇଁ ପତ୍ର ଲେଖିଥିବା ବେଳେ ଆଦର୍ଶ ଗ୍ରାମ କୁଞ୍ଜାମୁରାରେ ହେବାକୁ ଥିବା ଉନ୍ନୟନ ମୂଳକ କାର୍ଯ୍ୟ ବିଳମ୍ବ ଯୋଗୁଁ ତୁରନ୍ତ ଶେଷ କରିବାକୁ ସଂପୃକ୍ତ ଠିକାଦାର ଙ୍କୁ ତାଗିଦ କରିଛନ୍ତି । ନାକଟିଦେଉଳ ପଂଚାୟତ ସମିତି କାର୍ଯ୍ୟାଳୟ ପରିସର ରେ ନୂତନ ସ୍ତନ ପାନ କକ୍ଷ ନିର୍ମାଣ କରାଇବା ସହିତ ପଂଚାୟତ ସମିତି ର ସୌନ୍ଦର୍ଯ୍ୟ କରଣ ପାଇଁ ରୂପରେଖ ପରିବର୍ତ୍ତନ କରିଛନ୍ତି ଫଳରେ ନାକଟିଦେଉଳ ଜନ ସାଧାରଣ ତାଙ୍କର ଭୁୟସିଂ ପ୍ରଶଂସା କରିଛନ୍ତି ।ଆଉ କିଛିଦିନ ମାଡାମଙ୍କ ରହଣି ଅବଧିକାଳ ରହିଥିଲେ ନାକଟିଦେଉଳ ବ୍ଲକର ବହୁ ଉନ୍ନତି ହୋଇହେବା ସହିତ ନାକଟିଦେଉଳ ବ୍ଲକର ରୂପରେଖ ବଦଳି ଯାଇ ଥାଆନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
