ବିକାଶର ବିକଳ ଚିତ୍ର !ସରକାରୀ କାର୍ଯ୍ୟରେ ବାଲି ବଦଳରେ ଚାଲିଛି ମାଟିରେ କାମ ! ବିଭାଗୀୟ ଉଚ୍ଚ କତୃପକ୍ଷ ତଥା ସ୍ଥାନୀୟ ବିଧାୟକଙ୍କ ଦୃଷ୍ଟି ଦାବି !
ଇଏ ହେଉଛି ରେମୁଣା ବ୍ଲକ ଅନ୍ତର୍ଗତ କରଞିଆ ଗ୍ରାମ ପଞ୍ଚାୟତ ଫକୀରମୋହନ ନଗରରେ ଚାଲିଥିବା ବିକଶିତ ଗାଁ ବିକଶିତ ଓଡ଼ିଶା କାମର ବିକଳ ଚିତ୍ର ! କାମ ବିଭାଗୀୟ ନାଁ ରେ ରହିଥିବା ବେଳେ, ଦେଖିବାକୁ ସତେ ଯେମିତି ଏଠି କେହି ନାହାଁନ୍ତି ! ଯେଉଁ ଫିଲିଙ୍ଗ କାମ ଚାଲିଛି, ଶହ ଶହ ସାଧାରଣ ଲୋକଙ୍କ ଆଖିରେ ଧୂଳି ଦେଇ ବାଲି ବଦଳରେ ବ୍ୟବହାର ହେଉଛି ଛୋଟ ଛୋଟ ଚିପ୍ସ ମିଶା ମାଟି। ଦାୟିତ୍ବରେ ଥିବା ସହକାରୀ ଯନ୍ତ୍ରୀ ବୋଧେ ଆଖି ବୁଜି ଦେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଶୁଣିବାକୁ ମିଳୁଛି। ସରକାର ଶୂନ୍ୟ ଦୁର୍ନୀତିକୁ ଗୁରୁତ୍ୱ ଦେଉଥିବା ବେଳେ, ଏଠି ଚାଲିଥିବା ଏଭଳି କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିବାବେଳେ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ସମେତ ସ୍ଥାନୀୟ ବିଧାୟକ ଏସବୁକୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି !
