*ରାଜ୍ୟ ସ୍ତରୀୟ “ଉଡ଼ାନ୍” କ୍ୟାମ୍ପରେ ନୂଆପଡ଼ା ଜିଲ୍ଲା ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ସମ୍ମାନିତ**
*
ନୂଆପଡା (ମିଖାଏଲ ନନ୍ଦ)
ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍, ଭୁବନେଶ୍ୱର ଠାରେ ୧୮ ରୁ ୨୨ ପର୍ଯ୍ୟନ୍ତ ଚାଲିଥିବା “ଉଡ଼ାନ୍” କ୍ୟାମ୍ପରେ ନୂଆପଡ଼ା ଜିଲ୍ଲା ଭାରତ ସ୍କାଉଟସ୍ ଏବଂ ଗାଇଡ଼ସ୍ ସଙ୍ଗଠନ ର ଜିଲ୍ଲା ମୁଖ୍ୟ କମିଶନର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ଙ୍କ ନିର୍ଦ୍ଦେଶ ରେ ତଥା ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ରତନ ସିଂ ବାରିକ, ଜିଲ୍ଲା ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ପ୍ରଧନୀ, ଜିଲ୍ଲା ତାଲିମ କମିଶନର (ସ୍କାଉଟ) ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ଓ ଜିଲ୍ଲା ସାଂଗଠନିକ କମିଶନର (ସ୍କାଉଟ) ଶ୍ରୀଯୁକ୍ତ ବିଜୟ ନାଗ ଙ୍କ ପରାମର୍ଶ ରେ ସ୍କାଉଟ୍ ମାଷ୍ଟର ଶ୍ରୀମାନ ରୋଶନ ପଣ୍ଡା ଏବଂ ଗାଇଡ଼ କ୍ୟାପଟେନ୍ ଶ୍ରୀମତୀ ରୀନା ମେହେର ଙ୍କ ନେତୃତ୍ୱରେ ପି. ଏମ୍. ଶ୍ରୀ ରାଜା ଏ.ଟି. ସରକାରୀ ଉଚ୍ଚ ବିଦ୍ୟାଳୟ, ଖଡ଼ିଆଳ ଓ ଶହିଦ୍ ଭଗତ ସିଂ ଓପନ ସ୍କାଉଟ ଟ୍ରୁପ୍, ଖଡ଼ିଆଳ ର ମୋଟ ୭ ଜଣ ସ୍କାଉଟସ୍ ଓ ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର, ଖଡ଼ିଆଳ ର ମୋଟ ୯ ଜଣ ଗାଇଡ଼ସ୍ ମନୋନୀତ ହୋଇ ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ସାଂସ୍କୃତିକ ସନ୍ଧ୍ୟା ପ୍ରତିଯୋଗିତାରେ ସ୍କାଉଟସ ସ୍ବେଛାସେବୀ ତୃତୀୟ ସ୍ଥାନ ଅଧିକାର କରି ଡ. କାଳୀ ପ୍ରସାଦ ମିଶ୍ର, ଜାତୀୟ ଉପ ସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ସାମିଲ ହୋଇଥିଲେ।
