*ଖଡିଆଳ ଡାକ ବିଭାଗ ରେ ଅବ୍ୟବସ୍ଥା, ନାହିଁ ନାହିଁ ରେ ଖଡିଆଳ ଡାକଘର*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଦୁର୍ଗ ବର୍ଷ ହେବ ଡାକ ବିଭାଗ ଉପଖଣ୍ଡ ସ୍ତରୀୟ କାର୍ଯ୍ୟାଳୟ ରହିଅଛି। ଖଡିଆଳ ଲାଲ ସାହେବ୍ ପଡ଼ା ୱାର୍ଡ ନମ୍ୱର୍ ୭ ରେ ଏକ ଭଡ଼ା ଘରେ ଦୀର୍ଘ ବର୍ଷ ରୁ କାର୍ଯ୍ୟାଳୟ ପରିଚାଳିତ ହେଉଅଛି। କିନ୍ତୁ ଅନେକ ସମସ୍ୟା ଦେଇ ଗତି କରୁଛି ମୁଖ୍ୟ ଡାକ ବିଭାଗ କାର୍ଯ୍ୟାଳୟ। ଅତ୍ୟାଧୁନିକ ବ୍ୟବସ୍ଥା ନାହିଁ କହିଲେ ଚଳେ। ଏଠାରେ ଥିବା ଏକ ଡିଜେ ଜେନେରେଟର କାର୍ଯ୍ୟ କ୍ଷମ ନାହିଁ। ଡାକ ବିଭାଗ କୁ ସରକାର ବ୍ୟାଙ୍କ୍ ରେ ପରିଣତ କରିଥିବା ବେଳେ ଉପୋଭୋକ୍ତା ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡାକ ଘର କୁ ଟଙ୍କା ଜମା, ଉଠାଣ, ଚିଠି ପତ୍ର ପଠାଇବା ଆଦି ବିଭିନ୍ନ କାମ ନେଇ ଯାଉଥିବା ବେଳେ କାର୍ଯ୍ୟାଳୟ ବାହାରେ ଛିଡା ହୋଇ ନିଜ କାର୍ଯ୍ୟ ସାରି ଫେରିଛନ୍ତି। ଗ୍ରାହକ କିମ୍ବା ଉପଭୋକ୍ତା ଙ୍କୁ ମଧ୍ୟ ବସାଇବା ସ୍ଥାନ ଖଣ୍ଡେ ମଧ୍ୟ ନାହିଁ । ପାୱାର କାଟ ହେଲେ ଡାକ ଘର ଖାତା ରେ ମଧ୍ୟ ପ୍ରିଣ୍ଟ ହେଉ ପାରୁ ନାହିଁ। ଆବଶ୍ୟକ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ନାହିଁ । ଏହି କାର୍ଯ୍ୟାଳୟ ରେ ବ୍ୟାପକ ବ୍ୟବସାୟ ହେଉଅଛି। କିନ୍ତୁ ବିଭାଗ ପକ୍ଷ ରୁ ଅଣଦେଖା କରାଯାଉଅଛି। ଦୀର୍ଘ ବର୍ଷ ପରେ ମଧ୍ୟ ସରକାରୀ କାର୍ଯ୍ୟାଳୟ ଟିଏ ନାହିଁ।। ଭଡା ଘରେ ଚାଲିଅଛି ଖଡିଆଳ ଡାକ ଘର। ସରକାରୀ ଜମି ଅଧିଗ୍ରହଣ, ସରକାରୀ କାର୍ଯ୍ୟାଳୟ ନିର୍ମାଣ, ସୁ ବ୍ୟବସ୍ଥ ଦାବୀହେଉଅଛି।
