ଦେବସେନା ସଂଗଠନ ଓ ବିଦ୍ଯୁତ ଉପଭୋକ୍ତା ସଂଗଠନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ।
ବସ୍ତା:- (ନି ପ୍ର)
ବାଲେଶ୍ବର ଜିଲ୍ଲା ଦେବସେନା ସଂଗଠନର ଜିଲ୍ଲା ସଭାପତି ଶ୍ରୀମାନ ଶଙ୍କର ଜେନା ଙ୍କ ଅଭିଯୋଗ। ମାନବସେବା ହିଁ ମାଧବସେବା। ଉକ୍ତ ବ୍ରତକୁ ଜୀବନର ବ୍ରତଭାବି ଆଜି ପର୍ଯ୍ୟନ୍ତ ସଦାସର୍ବଦା ସମାଜର ମଙ୍ଗଳ କାମନା କରିଆସୁଛି। ଜ୍ଞାତ ପାଖରୁ ପ୍ରଥମେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ବସ୍ତା ଖଣ୍ଡର ସେବା ପ୍ରମୁଖ ଭାବରେ କାର୍ଯ୍ୟ କରୁଥିବା ବେଳେ ହଠାତ୍ ଏକ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଭାବରେ ଦାୟିତ୍ଵ ନିର୍ବାହ କରୁଥିଲି ଦରଡା ମଣ୍ଡଳ ତରଫରୁ। ସାଂଗଠନିକ କାର୍ଯ୍ୟକ୍ରମର ମୂଳଦୂଆ ସେଇଠାରୁ ହିଁ ଆରମ୍ଭ ହୋଇଥିଲା। ସମୟ କ୍ରମେ ହିନ୍ଦୁତ୍ବ ବିଚାର ଧାରାରେ ଭାବ ଗଦଗଦ ହୋଇ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ଦେବସେନାର ମହାସଚିବ, ଉପାଧ୍ୟକ୍ଷ ପରେ ପରେ ଏବେ ବାଲେଶ୍ଵର ଜିଲ୍ଲାର ଦେବସେନା ଅଧକ୍ଷ ଭାବରେ ଦାୟିତ୍ଵ ନିର୍ବାହ କରୁଛି। ଏହା ଭିତରେ ସ୍ପର୍ଶ ଏଫ୍.ଏମ ୯୧.୨ ର ସଭାପତି ହେବା ସହିତ ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ନାମକ ଏକ ସଂଗଠନ ପ୍ରତିଷ୍ଠା କରିଅଛି। ମାତ୍ର ଅନେକ ସମୟରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କରୁଥିବା ସମୟରେ ଧିରେ ଧିରେ ପଥ ରୋଧ କରନ୍ତି ସାମ୍ବାଦିକ ଦୀନବନ୍ଧୁ ପ୍ରଧାନ। ଅନେକ ସମୟରେ ସଂଗଠନକୁ ନେଇ ଟାହିଟାପରା କରିବା ସହିତ ଅର୍ଥ ସଂଗ୍ରହର ବାଟ କରିଦେବେ ବୋଲି ଦୃଢ଼ ପ୍ରତିଶ୍ରୁତି ମଧ୍ୟ ଦିଅନ୍ତି। ମାତ୍ର ଏସବୁକୁ ଖାତିରି ନ କରି ମୁଁ ଆଗେଇଚାଲେ ମୋ କର୍ତ୍ତବ୍ୟ ପଥରେ। ବୃକ୍ଷ ରୋପଣ କାର୍ଯ୍ୟ କ୍ରମ, ରକ୍ତଦାନ ଶିବିର, ସଫେଇ କାର୍ଯ୍ୟକ୍ରମ, ରୋଗୀସେବା, ଜଳଛତ୍ର ଖୋଲିବା ଭଳି ଅନେକ କାର୍ଯ୍ୟକ୍ରମ ସହିତ ଜଡ଼ିତ ହେବା ପରେ ପରେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ବାବଦରେ ଅହୋରାତ୍ର ଆମରଣ ଅନଶନ ପାଇଁ ସହୋଯୋଗୀ ମାନଙ୍କୁ ନେଇ ଏକ କାର୍ଯ୍ୟକ୍ରମ କରିଥିଲେ। ଏ ବାବଦରେ ଅନେକ ମିଥ୍ୟା ଅଭିଯୋଗ ସହିତ ମୋଟା ଅଙ୍କର ଅର୍ଥ ରାଶି ଦ୍ଵାରା କାର୍ଯକ୍ରମକୁ ବନ୍ଦ କରିଦେବାର ଷଡ଼ଯନ୍ତ୍ର କରନ୍ତି ଶ୍ରୀଯୁକ୍ତ ପ୍ରଧାନ। ମାତ୍ର କିଛି ଦିନ ତଳେ ଶ୍ରୀଯୁକ୍ତ ପ୍ରଧାନ ସାମାଜିକ ଗଣମାଧ୍ୟମ ଫେସବୁକ୍ ରେ ମତେ ଟାଉଟର, ଦଲାଲ୍, ଭଡୁଆ ପରି ଅପଶବ୍ଦ ବ୍ୟବହାର ସହ ମୋର ଗୁପ୍ତ ଫାଇଲ୍ ରଖିଛନ୍ତି ବୋଲି ଧମକ ଦେଲେ। ମୋର ସମ୍ମାନ ହାନି କଲେ। ଏହା ପରେ ପରେ ମୁଁ ଆଇନ୍ ର ଆଶ୍ରୟ ନେବା ସହିତ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଡାକ ଯୋଗେ ସମସ୍ତ ତଥ୍ୟ ପ୍ରଦାନ କରିଅଛି। ପରନ୍ତୁ ମୁଁ ଶୁଣିବାକୁ ପାଉଛି ମୋ ନାମରେ ମିଥ୍ୟା ଅଭିଯୋଗ କରି ମତେ ଗିରଫ କରିବା ପାଇଁ ଖସଡା ପ୍ରସ୍ତୁତ କରୁଛନ୍ତି। ଯାହାକି ବସୁଧା ଧର୍ମହୀନ ବୋଲି ମତେ ଅନୁଭବ ହେଲାଣି। ଆଗାମୀ ଦିନରେ ମୋର କୈଣସି ବି କ୍ଷତି କିମ୍ବା ଷଡ଼ଯନ୍ତ୍ର ମୁତାବକ ଆଇନ ଦ୍ଵାରା ଫସାଇଦେଲେ ଏଥିପ୍ରତି ଶ୍ରୀଯୁକ୍ତ ପ୍ରଧାନ ହିଁ ଦାୟୀ ରହିବେ। ଏତଦ୍ ବ୍ୟତୀତ ଅନ୍ୟାନ୍ୟ ସହଯୋଗୀ ମାନଙ୍କର ମଧ୍ୟ ଏଥିରେ ହାତ ଅଛି ଯାହାକି ଆଗାମୀ ଦିନରେ ସେମାନଙ୍କ ର ନାମ ମୁଁ ଲୋକଲୋଚନକୁ ଆଣିବି ବୋଲି ଶ୍ରୀଯୁକ୍ତ ଜେନା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।ତେବେ ଏହି ସମସ୍ତ ଘଟଣା ଶ୍ରୀମାନ ଶଙ୍କର ଜେନାଙ୍କ ଠାରୁ ଶୁଣିବା ପରେ ଶ୍ରୀଯୁକ୍ତ ଦିନବନ୍ଧୁ ପ୍ରଧାନଙ୍କୁ ଗାନ୍ଧିଛକରେ ସାକ୍ଷାତ କରିଥିଲୁ। ତାଙ୍କୁ ପ୍ରତିକ୍ରିୟା ମାଗିବାରୁ ସେ କହିଲେ ସୋସିଆଲ ମିଡିଆରେ ସାମ୍ବାଦିକଙ୍କୁ ନକଲି ସାମ୍ବାଦିକ କହିବା ସହିତ ବଟି ଆଦାୟ କରୁଥିବାର ପୋଷ୍ଟ କରିବା ପରେ ମୁଁ ସୋସିଆଲ ମିଡିଆରେ ମୋର ଲେଖା ପୋଷ୍ଟ କରିଛି ।ତେଣେ ମୁଁ ବାଇଟ ଦେବି ନାହିଁ ବୋଲି କହିପଳାଇ ଯାଇଥିଲେ।
