ବିନା ନିର୍ବାଚନ ରେ ସୋର ରାଜନୈତିକ ପାଣିପାଗ ସରଗରମ : ଭାରପ୍ରାପ୍ତ ପୌରାଧକ୍ଷଙ୍କ ସମେତ ୬ ଜଣ ପାରିଷଦଙ୍କ ପଦ ରଦ୍ଧ କଲେ ରାଜ୍ୟ ନିର୍ବାଚନ କମିଶନ
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ନିଜ ଗୋଡ଼ ରେ ନିଜେ କୁରାଢି ମାରି ଫସିଲେ ସୋର ର କିଛି ରାଜନେତା। ସୂଚନାଯୋଗ୍ୟ ରାଜ୍ୟ ନିର୍ବାଚନ କମିଶନଙ୍କ ଏକ ନିର୍ଦ୍ଦେଶାନାମା ପ୍ରକାଶିତ ପରେ ଆଜି ଦିନ ତମାମ ସୋର ରାଜନୈତିକ ପାଣିପାଗକୁ ସରଗରମ କରି ରଖିଥିଲା। ବିଜେପି ଦଳରେ ଥାଇ ବିଜେଡି ଦଳରେ ବିଶୃଙ୍ଖଳିତ ଭାବେ ମିଶିବାରୁ ୬ ଜଣ ପାରିଷଦଙ୍କ ପଦ ରଦ୍ଧ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର। ସେମାନେ ହେଲେ ରଞ୍ଜନ ଦାସ, ସସ୍ମିତା ଦାସ,ପବିତ୍ର ସେଠି,ତନୟାରାଣୀ ମହାପାତ୍ର,ଉର୍ମିଳା ରାଉତ ଓ ରୀନାରାଣୀ ସେଠୀ। ଗତ ସାଧାରଣ ନିର୍ବାଚନ ସମୟରେ ଏମାନେ ବିଜେପି ଦଳରେ ଥିବା ବେଳେ ବିଶୃଙ୍ଖଳିତ ଭାବେ ଭୁବନେଶ୍ୱର ବିଜେଡ଼ି କାର୍ଯ୍ୟାଳୟ ଶଙ୍ଖ ଭାବନରେ ବିଜେଡିରେ ମିଶିବା ସହ ବିଜେଡି ବିଧାୟକଙ୍କୁ ସମର୍ଥନ କରିଥିଲେ। ଏନେଇ ସୋର ବିଜେପି ନେତା ନଳିନୀକାନ୍ତ ମହାପାତ୍ର ଜୁନ ୩ ତାରିଖରେ ନିର୍ବାଚନ କମିଶନଙ୍କ ଠାରେ ଦ୍ୱାରସ୍ଥ ହୋଇଥିଲେ। ଦୀର୍ଘ ୧୭ମାସ ପରେ ଆଜି ରାଜ୍ୟ ନିର୍ବାଚନ କମିଶନ ଭାରପ୍ରାପ୍ତ ପୌରାଧକ୍ଷଙ୍କ ସମେତ ୫ ଜଣ ପାରିଷଦଙ୍କ ପଦକୁ ରଦ୍ଧ କରିଥିବା ଜଣାପଡ଼ିଛି। ଏହି ଖବର ଜାଣିବା ପରେ ଆଜି ସୋର ବଜାରରେ ପ୍ରତିପକ୍ଷଙ୍କ ତରଫରୁ ବାଣ ଫୁଟା ଯାଇ ଥିବାର ଖବର ମିଳିଥିଲା।ବର୍ତ୍ତମାନ ଉକ୍ତ ୬ ପାରିଷଦଙ୍କ ରାଜନୈତିକ ଭବିଷ୍ୟତ କଣ ହେବ, କଣ ଉକ୍ତ ନିର୍ଦ୍ଦେଶାନାମାକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ କି,ପୁଣି ଥରେ ସୋରରେ ବିନା କାଉନସିଲ ବଡିରେ ପୌରପାଳିକା କାଯ୍ୟ ନିର୍ବାହୀ ଅଧିକାରୀଙ୍କ ଦ୍ୱାରା ସୋର ପୌରପାଳିକା ପରିଚାଳିତ ହେବ କି ? ଯଦି ହେବ ଉକ୍ତ ନିର୍ଦ୍ଦେଶନାମା କେବେଠାରୁ ଲାଗୁ ହେବ ଓ କେତେ ଦିନ ପର୍ଯ୍ୟନ୍ତ ଚାଲିବ ? ଏମିତି ଗୁଡ଼ାଏ ଅସମାହିତ ପ୍ରଶ୍ନ ଗୁଚ୍ଛ ସାଧାରଣରେ ସୃଷ୍ଟି ହୋଇଛି।
