ଜବରଦଖଲ ଉଚ୍ଛେଦ ହଟାଇଲେ ତହସିଲଦାର।
ସୋର:(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)::ସୋର ତହସିଲଦାରଙ୍କ ପ୍ରଚେଷ୍ଟାରେ ପୁଣି ସରକାରୀ ଜାଗାରୁ କରାଗଲା ଜବରଦଖଲ ଉଛେଦ। ସୋର ତହସିଲଦାର ଦୈତାରୀ ମଲ୍ଲିକ ଦାୟିତ୍ୱ ନେବା ଠାରୁ ସରକାରୀ ଜମି ଜବରଦଖଲ କରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଯାହା ଦ୍ୱାରା ରାଜ୍ୟ ସରକାରଙ୍କ ଦୀର୍ଘ ବର୍ଷ ହେବ ପଡ଼ି ରହିଥିବା ସରକାରୀ ଜାଗା ଗୁଡ଼ିକ ସରକାରଙ୍କ ଅଧୀନକୁ ଆସି ପାରୁଛି। ଏହା ସମ୍ଭବ ହୋଇଛି ସୋର ତହସିଲଦାରଙ୍କ ସରକାରୀ ଆଇନର ସଠିକ ଭାବେ କାର୍ଯ୍ୟକାରୀତା ପାଇଁ। ସେହିପରି ଆଜି ସୋରରେ ଏକ ବଡ଼ ଧରଣର ଜବରଦଖଲକୁ ତହସିଲ ତରଫରୁ ପୋଲିସ ସାହାଯ୍ୟରେ ଉଚ୍ଛେଦ କରାଯାଇଛି। ସୋର ତହସିଲ ପକ୍ଷରୁ ତେଣ୍ଟେଇ ପଞ୍ଚାୟତରେ ବଡ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି।ସୂଚନା ଅନୁସାରେ ତେଣ୍ଟେଇ ପଞ୍ଚାୟତ ଦେଇ ଏକ ରାସ୍ତ କାମ କରାଯାଉଥିବା ବେଳେ ସରକାରୀ ଜାଗାରେ ଘର କରାଯାଇଥିବାରୁ ଏହି ରାସ୍ତାକାମ କରିବାରେ ଅସୁବିଧା ପରିଲକ୍ଷିତ ହୋଇଥିଲା। ଏନେଇ ବିଭାଗ ପକ୍ଷରୁ ସୋର ତହସିଲ ଅଭିଯୋଗ ହେବା ପରେ ତହସିଲ ପକ୍ଷରୁ ନୋଟିସ ଜାରି କରାଯାଇଥିଲା। ଆଜି ମଧ୍ୟାହ୍ନରେ ସୋର ଭାରପ୍ରାପ୍ତ ତହସିଲଦାର ଦୈତାରୀ ମଲ୍ଲିକ,ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହ,ସୋର ପୁଲିସ ସହଯୋଗରେ ଉକ୍ତ ସରକାରୀ ଜାଗାରେ ଥିବା ୧୮ଟି ଦୁଇ ମହଲା ଓ ଏକମହଲା ଘରକୁ ଭାଙ୍ଗିଥିବା ଜଣାପଡିଛି। ସୋରରେ ହୋଇଥିବା ଜବରଦଖଲ ମଧ୍ୟରୁ ଏହା ସବୁଠୁ ବଡ ଜବରଦଖଲ ଉଚ୍ଛେଦ ବୋଲି ଜଣାପଡିଛି।
