ବାଲିଆପାଳରେ ଦିନ କୁ ଦିନ ବଢ଼ି ଚାଲିଛି ଚୋରା ବାଲି ଓ ମାଟି କାରବାର
ବସ୍ତା:- (ନି ପ୍ର)
ବାଲିଆପାଳ ବ୍ଲକରେ ଦିନକୁ ଦିନ ଚୋରା ବାଲି ଚାଲାଣ ବଢ଼ିବାରେ ଲାଗିଛି । ନିଘୋଡ଼ ନିଦରେ ଶୋଇଛନ୍ତି ଖଣି ଅଧିକାରୀ, ବାଲିଆପାଳ ପୋଲିସ। ଖଣି ଅଧିକାରୀ ଏବଂ ଅସାଧୁ ବାଲି ମାଫିଆଙ୍କ ତ୍ରୀମୁଖି ସଲାସୁତୁରାରେ ହେଉଛି ବାଲି ହରିଲୋଟ। ସୂଚନା ଅନୁସାରେ ପୂର୍ବ ସରକାରରେ ଥିବା ବାଲି ମାଫିଆ ମାନେ ଏବେ ଶାସକ ଦଳରେ ଥିବାରୁ ଶାସକ ଦଳର ନେତା ମାନଙ୍କ ଦ୍ୱାରା ପରିଚାଳିତ ହୋଇ ବାଲି ଓ ମାଟି କୁ ଚୋରାରେ ପଡୋଶୀ ରାଜ୍ୟ କୁ ଚାଲାଣ କରୁଛନ୍ତି। ଏବେ କିନ୍ତୁ ନୂଆ ସରକାର ଆସିଵା ପରେ ବି କିଛି ବାଲି ଓ ମାଟି ମାଫିଆ ମାନେ ପୂର୍ବ ପରି ବାଲି ଉତ୍ତଳନ କରି ମାଲେମାଲ ହେଉଛନ୍ତି। କିଛି ସରକାରୀ ଦଳର ହାତ ଗଣତି ନିଜକୁ ବିଜେପି ବୋଲି ଭାବୁଥିଵା ନେତାମାନଙ୍କ ଗହଣରେ ରହି ପରସ୍ପର ଭିତରେ ଭାବ ବିନିମୟ ରେ ନିଜନିଜ ଭିତରେ ସଲାସୁତୁରା ହୋଇ ନିଜେ ମାଲେମାଲ ହେବା ସହିତ ବିରୋଧୀ ଦଳର କିଛି କୁଜି ନେତା ଙ୍କ ସହିତ ହାତ ମିଳାଇ ରାଜକୁଷ କୁ ଖୋଳ କରିବାରେ ବ୍ୟସ୍ତ ରହୁଛନ୍ତି। ସୁବର୍ଣ୍ଣରେଖା ନଦୀରୁ ହେଉ ବା ସମୁଦ୍ର ବାଲି ଆଡିଆରୁ ବାଲି ଦିନ ରାତି ଟ୍ରାକ୍ଟର ଓ ଡମ୍ଫର ରେ ଚାଲାଣ ହେଉଛି l ମାଇନ୍ସ ଓ ପୋଲିସ ମିଳିତ ଚଢ଼ାଉ ରେ ବାଲି ଉଠାଣ ସମୟରେ ଟ୍ରାକ୍ଟର ସହିତ କିଛି ଯନ୍ତ୍ରାଂଶ ଜବଦ ହୋଇଥିଲା କିନ୍ତୁ ସରକାର ବଦଳିଛି ସତ ବାଲି ମାଫିଆ ବି ଦଳ ପରିବର୍ତନ କରି ପୂର୍ବ ପରି ରାଜ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି l ଏମିତି ଯଦି ଚାଲିବ ତେବେ ଲୋକଙ୍କ ଧନ ଜୀବନ ନଷ୍ଟ ହେବା ସହିତ ଦିନ ଆସିବ ସମୁଦ୍ର ସୁବର୍ଣ୍ଣରେଖା ରେ ମିଶିଯିବ l ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ତମାନ ର ବାଲେଶ୍ୱର ସାଂସଦ ଙ୍କ ସଚୋଟ ପଣିଆ ଉପରେ ପ୍ରଶ୍ନ ବାଚୀ ସୁଷ୍ଟି ହେଉଛି। ଏ ବାବଦରେ ଖଣି ବିଭାଗ ଓ ବାଲିଆପାଳ ପୋଲିସ ଯଦି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ ଆଗାମୀ ଦିନରେ ଏକ ଜନ ଆନ୍ଦୋଳନ ଯେ ବ୍ୟାପକ ରୂପ ନ ନେବ ଏକଥା କୁ ଏଡାଇ ଦିଆ ଯାଇ ନପାରେ। ବିଭାଗୀୟ ମନ୍ତ୍ରୀ ଓ ସାଂସଦ ଯଦି କିଛି ପଦକ୍ଷେପ ଆଗାମୀ ଦିନରେ ନ ନେବେ ତେବେ ପୂର୍ବ ସରକାରରେ ଯେମିତି ଅସାଧୁ ଉପାୟରେ ବାଲି ମାଫିଆ ମାନେ ରାଜ କରୁଥିଲେ ଏବେ ବି ରାଜ କରିବେ।
