Oplus_131072
ଚାଷ ଜମିକୁ ଯାଇ ଚାଷୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ।
କଲମପୁର,(ନି.ପ୍ର): କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପୋଟେସ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ନିଜ ଚାଷ ଜମିକୁ ଫସଳ ଦେଖିବାକୁ ଯାଇଥିବା ଚାଷୀ କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ଙ୍କ ସ୍ତ୍ରୀ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଅନୁସାରେ ଗୁରବାର ସକାଳ ୯ ଘଣ୍ଟା ସମୟରେ ଅଲେଖ ନିଆଲ(୫୩) ନିଜ ଚାଷ ଜମିକୁ ଚାଷ ଦେଖିବା ପାଇଁ ଯାଇଥିଲେ,କିନ୍ତୁ ତାଙ୍କ ଘରକୁ ଫେରିବା ବିଳମ୍ବ ହେବାରୁ ତାଙ୍କ ସ୍ତ୍ରୀ ଖୋଜିବାକୁ ଜମି କୁ ଯାଇଥିଲେ। ସେଠାରେ ନିଜ ଚାଷ ଜମି ଠାରୁ ୧୦୦ ମିଟର ଦୂରର ଏକ ଜମି ହୁଡ଼ାରେ ଅଲେଖ ପଡିରହିଥିବା ଦେଖିଥିଲେ। ତାଙ୍କ ଦେହର ଅନେକ ଅଙ୍ଗ ର ଚମଡା ଗୁଡିକ ପୋଡି ହୋଇଥିବା ଭଳି ଖୋଲି ଯାଇଥିଲା ଏବଂ ମୃତ୍ୟୁ ହୋଇଥିବା ଦେଖି ଗାଁ ଲୋକଙ୍କ ସାହାଯ୍ୟରେ ଶବକୁ ଟେକି ଗାଁ ମୁଖ୍ୟ ରାସ୍ତା ନିକଟକୁ ଆଣିଥିଲେ। ମୃତକ ଙ୍କ ସ୍ତ୍ରୀ ମାଧବୀ ନିଆଲ ଏନେଇ କଲମପୁର ପୋଲିସ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ନେଇ ଏକ ମାମଲା ୠଜୁକରି କଲମପୁର ପୋଲିସ ଆଇଆଇସି. ବିଶ୍ୱମ୍ବର କହଁର, ଏସଆଇ ଶିବ ଶଙ୍କର ମହାନ୍ତି, ବଡ଼କୁଟୁରୁ ଫାଣ୍ଡି ଅଧିକାରୀ ଏଏସଆଇ ଅସିତ କୁମାର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେଠାରେ ପାରିପାର୍ଷିକ ସ୍ଥିତି ଅନୁଧ୍ୟାନ କରିବା ସହିତ ତଦନ୍ତ କରିଥିଲେ । ଘଟଣା ର ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଆସି କିଛି ପ୍ରାମାଣିକ ତଥ୍ୟ ସଂଗ୍ରହ କରିନେଇଛନ୍ତି। ଅନ୍ୟପକ୍ଷେ କଲମପୁର ପୋଲିସ ମୃତକ ଙ୍କ ପରିବାର ଏବଂ ଗ୍ରାମବାସୀ ଙ୍କୁ ବୁଝାସୁଝା କରି ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡାକ୍ତରଖାନା କୁ ପଠାଇଥିଲେ। ପୂର୍ବ ଶତ୍ରୁତା ରୁ ଜମି ବିବାଦ କୁ କେନ୍ଦ୍ରକରି ଏଭଳି ହତ୍ୟା ଘଟାଇ ଥାଇ ପାରନ୍ତି ବୋଲି ତାଙ୍କ ସ୍ତ୍ରୀ ସନ୍ଦେହ କରୁଥିବା କହିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ଘଟଣା ର ସତ୍ୟତା ଜଣା ପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହା ଏକ ଯୋଜନା ବଦ୍ଧ ହତ୍ୟା ଘଟଣା ହୋଇଥାଇପାରେ, ଶୀଘ୍ର ଏହାର ଉଚିତ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଆଇନ ଅନୁସାରେ କଠୋର ଦଣ୍ଡ ଦିଆଯିବା କୁ ଉପସ୍ଥିତ ଗ୍ରାମବାସୀ ପୋଲିସ କୁ ଦାବି କରିଛନ୍ତି। କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର କାଗଜ
