ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ 150 ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ବୌଦ୍ଧ ଜ଼ିଲ୍ଲା ରେ ଏକ ଜ଼ିଲ୍ଲା ସ୍ତରୀୟ ପଦଯାତ୍ରା ଉପଲକ୍ଷେ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ :
ବୌଦ୍ଧ ରୁ ଜ଼ିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସିଂହ ଭଂଜଦୂତ ନିୟୁଜ଼
– ଅଦ୍ୟ ତା. 17.11.2025 ରିଖ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ରେ ଜ଼ିଲ୍ଲା ସ୍ତରୀୟ ପଦଯାତ୍ରା ର ଶେଷ ପ୍ରସ୍ତୁତି ବୈଠକ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି lଆସନ୍ତାକାଲି ତା. 18.11.2025 ରିଖ (ମଙ୍ଗଳବାର ) ଦିନ ସକାଳ ଘ. 7.30 ମି. ସମୟରେ ଜଗନ୍ନାଥ ମନ୍ଦିର ପାଖରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ, କାଳେଶ୍ଵର ଛକ, ମାଉଲସିଙ୍ଗା ଛକ, ବୁଟୁପାଲି ଛକ, ପଲାଶ ଛକ, ରାଜନପାଲି ଛକ, ଏନ. ଏ. ସି. ଛକ, ଏ. ଏନ. ଏମ. ଛକ ଦେଇ ବ୍ରିଜ ଛକ ଠାରେ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ l ଏହି ଉପଲକ୍ଷେ ଜଗନ୍ନାଥ ମନ୍ଦିର ରୁ ପଦଯାତ୍ରା ବାହାରିବ l ପଲାଶ ଛକ, ଏନ. ଏ. ସି. ଛକ, ବ୍ରିଜ ଛକ ଠାରେ ଷ୍ଟେଜ ପ୍ରସ୍ତୁତି କରାଯାଇଛି ଏବଂ ସେଠାରେ ଶପଥପାଠ ଏବଂ ସଂlସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l
