*ନୂଆପଡା ଜିଲ୍ଲା ଅନ୍ତର୍ଗତ କୃଷି ବିଭାଗ ଦ୍ଵାରା ହେଉଥିବା ରିଙ୍ଗ କୁଆଁ ର ମହାଦୁର୍ନୀତି ହୋଇଥିବା ଅଭିଯୋଗ**
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଳା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ରେ ରିଙ୍ଗ କୁଆଁ ନାମ ରେ ମହା ଦୁର୍ନୀତି ହଉଛି। ସରକାର ଚାଷୀ ମାନଙ୍କୁ ଚାଷ କରି କିପରି ଉପକୃତ ହେବ ବୋଲି ଗୁଡ଼ାଏ ପଦକ୍ଷେପ ନେଇଛନ୍ତି ହେଲେ କୃଷି ବିଭାଗ ରେ ଆସିଥିବା ରିଙ୍ଗ କୁଆଁ ରେ ଅଫିସର ମାନେ ମିଳିମିଶି ଅର୍ଥ ଆତ୍ମସାତ କରୁଛନ୍ତି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଗତ ବର୍ଷ (୨୦୨୪-୨୫) ଅନେକ ପଞ୍ଚାୟତ ରେ ଖାଲି ବୋର୍ଡ ଓ କୋଡ଼ିଙ୍ଗ ନମ୍ବର ଦିୟା ଯାଇଛି କିନ୍ତୁ କାମ ହୋଇ ନାହିଁ। ଯୋଉ ଜାଗାରେ କାମ ହେଇଛି ସେଇ ଜାଗାରେ ପାଉଣା ପାଇ ନାହାନ୍ତି। ହେଲେ ଏ ବାବଦରେ ଲୋକେ ଅଫିସର ମାନଙ୍କୁ ଯୋଗାଯୋଗ କଲେ ମଧ୍ୟ କୋଣସି ପ୍ରତିଉତ୍ତର ଦଉ ନାହାନ୍ତି। ଆଉ ଅନ୍ୟ ପଞ୍ଚାୟତ ରେ ୩ ଟି ରିଙ୍ଗକୁଆଁ ଖନନ କରା ଯାଇଛି କିନ୍ତୁ ଗୋଟିଏ ରିଙ୍ଗକୁଆଁ ର ପଇସା ଗୋଟିଏ ଆକାଉଣ୍ଟ ରେ ଦେଇ ତିନି ଭାଗବଣ୍ଟା କରି ନେବ ବୋଲି କହିଥିଲେ ବୋଲି ଚାଷୀ ପ୍ରକାଶ କରିଛନ୍ତି ।ଏହି କାମରେ ଲଷ୍ମୀ, ରାମ, ଅଭିଳାଷ ମେହେର ଓ ଅନେକ ସରକାରୀ ଅଫିସର ମାନେ ଦଲାଲ ରଖି ଦଲାଲ ଦ୍ୱାରା କାର୍ଯ୍ୟ କରାଉଛନ୍ତି । ଏହି ଯୋଜନାରେ ଏହି ତିନି ଜଣ ଜଳ ବିଭାଗ ରେ ରହି କାର୍ଯ୍ୟ କରୁ ଥିଲେ। ଲଷ୍ମୀ ନାମକ ଦଲାଲ କୁ ଭିଜିଲାନ୍ସ ଚଢ଼ାଉ କରି ଥିଲା। ସରକାର ର କେତେ କୋଟି ଆତ୍ମସାତ କରିଛନ୍ତି ତାହା ଭିଜିଲାନ୍ସ ତଦନ୍ତ କରି ବାକୁ ଲୋକେ ଅଭିଯୋଗ କରି ଛନ୍ତି। ଏହି ବ୍ୟକ୍ତି ମାନେ ମଧ୍ୟରୁ ଲଷ୍ମୀ ୱାଟରସେଡ ରୁ ଦୁର୍ନୀତି କରିଥିବା ଅଭିଯୋଗ ରେ ବ୍ୟକ୍ତି କୁ ଭିଜିଲାନ୍ସ ଚଢ଼ାଉ କରିଥିଲେ।କୃଷି ବିଭାଗ ରୁ କେତେ ଟଙ୍କା ଆତ୍ମସାତ କରି ଛନ୍ତି ତାହା ଭିଜିଲାନ୍ସ ତଦନ୍ତ କରି କେତେ ଆତ୍ମସାତ କରିଛନ୍ତି ଜଣା ପଡିବ ବୋଲି ଲୋକେ ଅଭିଯୋଗ କରିଛନ୍ତି। ସେମାନେ ଖାଲି ବୋର୍ଡ଼ ବନାଇ କାମ ନ କରି ଅର୍ଥ ର ଆତ୍ମସାତ କରୁଛନ୍ତି।
