ଅଜଣା ଗାଡ଼ି ଧକ୍କାରେ ତିନି ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ( ଫଟୋ ) —————————————- ପରଜଙ୍ଗ — ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ଦଦରାଘାଟି ଫାଣ୍ଡି ଅଞ୍ଚଳରେ ଶନିବାର ରାତିରେ ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା । ପରଜଙ୍ଗ ବ୍ଲକ ପିତିରି ଛକରୁ ଖମାର ପାଲଲହଡ଼ା ଦିଗକୁ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ କୁଲେଇ ଜି ଏମ୍ କାରଖାନା ନିକଟରେ ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ଜୀବନ ଯାଇଛି । ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ଖାଲପାଳ ଗ୍ରାମର ସ୍ୱର୍ଗୀୟ କୁହ୍ଲ ମଲ୍ଲିକ ଙ୍କ ୪୧ ବର୍ଷୀୟ ପୁଅ ଟୁଟୁ ମଲ୍ଲିକ , ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମର ଅଦେଇ ମଲ୍ଲିକ ଙ୍କ ୨୦ ବର୍ଷୀୟ ପୁଅ ସନ୍ତୋଷ ମଲ୍ଲିକ ଓ ମହାବିରୋଡ ଥାନା ଅନ୍ତର୍ଗତ ଘାଗରାମୁଣ୍ଡା ପଞ୍ଚାୟତ ଅଧିନସ୍ଥ କଟୁମୁଣ୍ଡା ଗ୍ରାମର ବାଉରୀବନ୍ଧୁ ନାଏକଙ୍କ ୩୦ ବର୍ଷୀୟ ପୁଅ ଗୋପବନ୍ଧୁ ନାଏକ ଗୋଟିଏ ବାଇକରେ ବସି ପିତିରି ଦିଗକୁ ଆସୁଥିବା ବେଳେ ଜିଏମ୍ କାରଖାନା ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଏମାନଙ୍କୁ କିଛି ବାଟ ଘୋଷାଡି ନେଇ ଘଟଣା ସ୍ଥଳରୁ ଗାଡ଼ି ଚମ୍ପଟ ମାରିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପରଜଙ୍ଗ ମେଡ଼ିକାଲକୁ ପଠାଇ ଦେଇ ତଦନ୍ତ ଚଳାଇଛନ୍ତି ।ରବିବାର ସକାଳୁ ସକାଳୁ ପରଜଙ୍ଗ ମେଡିକାଲ ଲୋକାରଣ୍ୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ମୃତ୍ୟୁ ବରଣ କରିଥିବା ପରିବାର ଲୋକେ ,ବନ୍ଧୁ ବାନ୍ଧବ ସାଙ୍ଗ ସାଥୀ ମାନଙ୍କୁ ମେଡିକାଲ ପରିସରରେ ଦେଖିବାକୁ ମିଳିଥିଲା । ଘଟି ଯାଇଥିବା ଘଟଣା ସ୍ଥଳରେ ପ୍ରାଣ ହରାଇଥିବା ଯୁବକ ମାନଙ୍କ ଶରୀର ହାଡ ମାଂସ ଖଣ୍ଡ ବିଖଣ୍ଡିତ ହୋଇଯାଇଥିବା ବେଳେ ରାଜପଥ ରକ୍ତ ରଞ୍ଜିତ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହା ଏକ ଲୋମ ଟାଙ୍କୁରା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ଗାଡ଼ି ଚାଳକ ମାନଙ୍କ ବେପରୁଆ ଗାଡ଼ି ଚାଳନା , ରାଜପଥ ଉଭୟ ପାର୍ଶ୍ବରେ ଆଲୋକିକରଣ ନଥିବା ବେଳେ ବାରମ୍ବାର ଧନ ଜୀବନ ହାନି ଘଟିଚାଲିଛି । ତୁରନ୍ତ ରାଜପଥ ଉପରେ ଗାଡ଼ି ଚଳାଚଳ ନିୟନ୍ତ୍ରଣ କରିବା ସହ ରାଜପଥ ପାର୍ଶ୍ବରେ ଆଲୋକିରଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।
