*’ଓଡିଶା ପ୍ରେସ୍ ଆଣ୍ଡ ମିଡ଼ିଆ’ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ଓ ସମ୍ବାଦପତ୍ର ପ୍ରଦର୍ଶନୀ*
: କଟକ – ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓଡିଶା ପ୍ରେସ୍ ଆଣ୍ଡ ମିଡ଼ିଆ ଟ୍ରଷ୍ଟ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ ସହିତ ସମ୍ବାଦପତ୍ର ପ୍ରଦର୍ଶନୀ କଲେଜ ଛକଠାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମକୁ ସ୍ଥାନୀୟ କର୍ପୋରେଟର ଶ୍ରୀଯୁକ୍ତ ଶୁଭାଶିଷ କୁମାର ପଟ୍ଟନାୟକ ଓ କର୍ପୋରେଟର ଶ୍ରୀଯୁକ୍ତ ସନ୍ତୋଷ କୁମାର ଭୋଳ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ I ଏହି ଅବସରରେ ତିନି ଶହରୁ ଉର୍ଧ ବିଭିନ୍ନ ଓଡ଼ିଆ ସମ୍ବାଦପତ୍ରମାନ ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ଉତ୍କଳ ଦୀପିକା , ମାତୃଭୂମି , ଆଶା , ପ୍ରଦୀପ , ଉତ୍କଳ ମଧୁପ , ସମ୍ବଲପୁର ହିତେଇସିନୀ ଭଳି ଐତିହାସିକ ଖବରକାଗଜ ସହିତ ଅଦ୍ୟାବଧି ପ୍ରକାଶିତ ସମାଜ , ପ୍ରଜାତନ୍ତ୍ର, ମାତୃଭାଷା , ସମ୍ବାଦ , ସମୟ, ପର୍ଯ୍ୟବେକ୍ଷକ , ପ୍ରଗତିବାଦୀ, ପ୍ରମେୟ, ସକାଳ, ସତ୍ୟର ସନ୍ଧାନ , ନିର୍ଭୟ ସୂଚନା , ଉତ୍କଳ ମେଲ , ବିଶ୍ୱାସ ଭଳି ଅନେକ ସମ୍ବାଦପତ୍ରମାନ ପ୍ରଦର୍ଶନୀରେ ସ୍ଥାନିତ ହୋଇଥିଲା I
ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ କିଶୋର କୁମାର ମିଶ୍ରଙ୍କ ସହିତ ଭକ୍ତି ଭୂଷଣ ମହାନ୍ତି, ମିର୍ଜା ରିଜୱାନ ବେଗ, ପ୍ରଶାନ୍ତ କୁମାର କାନୁନଗୋ, ଶୈଳେନ୍ଦ୍ର ସାହୁ, ରାମେଶ୍ୱରୀ ସାହୁ, ଅନିଲ ଦାସ , ତନୁଶ୍ରୀ ବାରିକ, ବିକ୍ରମ ବାରିକ, ଯୋଗେଶ ଶର୍ମା, ବିଦ୍ୟାଧର ସାହୁ , ପ୍ରଶାନ୍ତ କୁମାର ବେହେରା , ସୁପ୍ରଭା ରାଉତ , ମୌସୁମୀ ରାଉତରାୟ , ସୁପ୍ରିୟା ରାଉତ, ତପନ କୁମାର ସ୍ୱାଇଁ, ଖୁସି ଆଚାର୍ଯ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ I ରାକେଶ କୁମାର ଶତପଥି, ଓଁକାର ରାଉତ ଓ ସିପନ କୁମାର ସ୍ୱାଇଁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ପ୍ରିୟ ରଞ୍ଜନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I କଟକ ରୁ ମନୋଜ କୁମାର ବିଶ୍ବାଳ ଭଞ୍ଜଦୂତ ଖବର
