ଶିକ୍ଷା ଭାରତୀ ବିଦ୍ୟାମନ୍ଦିର ରେ ଶିଶୁ ଦିବସ ପାଳନ ଓ ବିଜ୍ଞାନ ମେଳା ଅନୁଷ୍ଠିତ
ଦଶରଥପୁର(ଭଞ୍ଜଦୂତ:ନିପ୍ର)
ରିପୋର୍ଟର-ମାନସ କୁମାର ସାହୁ
ଦଶରଥପୁର ବ୍ଲକ ସ୍ଥିତ ଶିକ୍ଷା ଭାରତୀ ବିଦ୍ୟା ମନ୍ଦିରରେ ଶିଶୁ ଦିବସ କାର୍ଯ୍ୟକ୍ରମ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଯାଇଅଛି। ଭକ୍ତବନ୍ଧୁ ପଣ୍ଡା ଙ୍କ ସଭାପତିତ୍ୱ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ରୂପେ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଅର୍ଣ୍ଣଦା ପ୍ରସାଦ ରଣା,ମୁଖ୍ୟବକ୍ତା ରୂପେ ଶିକ୍ଷା ସଂଯୋଜକ ପଞ୍ଚାନନ ମହାରଣା , ସମ୍ମାନୀତ ଅତିଥି ରୂପେ ରସୁଲପୁର ବ୍ଲକ ଶିକ୍ଷା ସଂଯୋଜକ ପ୍ରବୀର କୁମାର ବାରିକ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଅତିଥିମାନେ ପ୍ରଥମେ ସ୍ବର୍ଗତ ଜବାହାରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।ସମ୍ପାଦକ ଜଗବନ୍ଧୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନା କରିବାରେ ପ୍ରଧାନ ଶିକ୍ଷକ ଲଷ୍ମଣ କୁମାର ମଲ୍ଲିକ,ଶିକ୍ଷକ ସୁଶାନ୍ତ ପଲାଇ, ଲେଲିନ ଦାସ,ଶିକ୍ଷୟତି ରଶ୍ମିରେଖା ବାରିକ ପ୍ରିୟଦର୍ଶନି ସାହୁ, ସୁଲେଖା ଖାତୁନ, ସୋନାଲି ବେହେରା, ସ୍ମିତରାଣୀ ନାୟକ, ଶଶିରେଖା ଜେନା,ଦୀପିକା ପଣ୍ଡା, ମାନସୀ ଓଝା, ସ୍ଵାଗତିକା ମହାପାତ୍ର, ଜୟଶ୍ରୀ ଜେନା, ସସ୍ମିତା ସାହୁ, ସୃତିରେଖା ଦାସ ପ୍ରମୁଖ ସହଯୋଗ କରିଥିଲେ।
