ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ
ବାରିପଦା- ଶାମାଖୁଣ୍ଟା ବ୍ଲକ ସ୍ଥିତ କୃଷି ଵିଜ୍ଞାନ କେନ୍ଦ୍ର ପରିଶରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାନ୍ସଦା, ସଂମାନିତ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମାନସ ରଞ୍ଜନ ସାହୁ, ଶାମାଖୁଣ୍ଟା ବ୍ଲକ ବିଡ଼ିଓ ମୁନ୍ନା ସେଠି, କୃଷିଵିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼.ସଂଘମିତ୍ରା ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ସିଂ, ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଦୀପକ ରଞ୍ଜନ ପରିଡା, ଅତିରିକ୍ତ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ ଦେବବ୍ରତ ଦାସ, ଶାମାଖୁଣ୍ଟା ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ ଜଗନ୍ନାଥ ପରିଡା, ଉଦଳା ଉପଖଣ୍ଡ ପ୍ରାଣୀଚିକିତ୍ସା ଅଧିକାରୀ ଡ଼ ଜଗନ୍ନାଥ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାଣୀସମ୍ପଦ ବିଭାଗ ପକ୍ଷରୁ ଡ଼ ସମ୍ବିତ ମାନସିଙ୍ଘ, ଡ଼ ସୁପ୍ରିୟା ଦାସ, ଶୁଭେନ୍ଦୁ ବେହେରା ଓ ନିତ୍ୟାନନ୍ଦ କର ଆଜିର ମେଳା ରେ ସହଯୋଗ କରିଥିଲେ। ସରକାରଙ୍କ ପକ୍ଷରୁ ଲୋକଙ୍କ ଆର୍ଥିକ ସ୍ଥିତି ସ୍ଵଛଳ ନିମନ୍ତେ ବିଭିନ୍ନ ଲୋକହିତକର ଯୋଜନା ମାନ କରାଯାଇଅଛି, ସେହି ଯୋଜନା ଗୁଡିକୁ ଲୋକଙ୍କ ପାଖରେ କିପରି ପହଞ୍ଚାଇ ହେବ ସେ ସମ୍ବନ୍ଧରେ ଉପସ୍ଥିତ ଅଧିକାରୀ ମାନେ ଚର୍ଚ୍ଚା କରିଥିଲେ, ଯାହା ଦ୍ୱାରା ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟା ଦୂର କରିହେବ। ଏହି ମେଳାରେ ବିଭିନ୍ନ ବିଭାଗ ପକ୍ଷରୁ ବାରଟି ଷ୍ଟଲ କରାଯାଇ ଲୋକେ କିପରି ସରକାରୀ ଯୋଜନାରୁ ଲାଭ ଉଠାଇ ପାରିବେ ତାହା ସମ୍ପର୍କରେ ଅବଗତ କରାଯାଇଥିଲା।ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ, ମତ୍ସ୍ୟ ବିଭାଗ ପକ୍ଷରୁ ଚାରିଚାରି ଜଣ ସଫଳ ଚାଷୀଙ୍କୁ ସଂମାନିତ କରାଯିବା ସହ ପଶୁ ସମ୍ପଦ ବିଭାଗ ପକ୍ଷରୁ ତିନିଜଣଙ୍କୁ କାମଧେନୁ ଓ ଘାସ ଯୋଜନାରେ ତିନିଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।
