ମା ଦୁର୍ଗା ଶିକ୍ଷାନୁଷ୍ଠାନ ର ଜ୍ଞାନବିଜ୍ଞାନ ମେଳା ସହ ଏମ ଡି ପବ୍ଲିକ ସ୍କୁଲ ଉଦଘାଟିତ।
ବ୍ରହ୍ମପୁର -ଆସ୍କାରୋଡସ୍ଥିତ ପାଣିଗ୍ରାହୀପେଣ୍ଠ ର କଂସାରୀ ସାହି ରେ ଥିବା ମା ଦୁର୍ଗା ଶିକ୍ଷାନୁଷ୍ଠାନ ର ଜ୍ଞାନବିଜ୍ଞାନ ମେଳା ସହ ଏମ ଡି ପବ୍ଲିକ ସ୍କୁଲ ଉଦଘାଟିତ ହୋଇଯାଇଛି। ପୂର୍ବତନ କର୍ପୋରେଟର ତଥା ବର୍ତ୍ତମାନ ବିଧାୟକ ଙ୍କ ପ୍ରତିନିଧି ଅଶୋକ ଶୁକ୍ଲା ଅନୁଷ୍ଠାନିକ ଭାବେ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ। ସମ୍ମାନୀତ ଅତିଥିଭାବେ ଶିକ୍ଷା ବିକାଶ ସମିତିର ସମ୍ପାଦକ ସନ୍ତୋଷ ମହାନ୍ତି, ଉପଦେଷ୍ଟା କପିଳ ଚନ୍ଦ୍ର ମହାନ୍ତି, ଏମ ଡି ପବ୍ଲିକ ସ୍କୁଲ ର ଚ୍ୟାୟରମ୍ୟାନ ପ୍ରଭାତ କିରଣ ସାହୁ ଓ ଗାୟତ୍ରୀ କଲେଜର ଉପସଭାପତି ତଥା ବ୍ରହ୍ମପୁର ମହାନଗର ନିଗମର ମେୟର ପ୍ରାଥୀନି ସବିତା ସୁଆଁର ଯୋଗଦେଇ ଅନୁଷ୍ଠାନ ର ଏହିପରି କାର୍ଯ୍ୟକ୍ରମ କୁ ଭୁୟସୀ ପ୍ରଶଂସା କରିବା ସହିତ ଉତ୍ତୋରତର ଉନ୍ନତି କାମନା କରିଥିଲେ। ଶିଶୁଦିବସ ଅବସରରେ ଆୟୋଜିତ ଜ୍ଞାନବିଜ୍ଞାନ ମେଳାରେ ସବଜୁନିୟର ବିଭାଗରେ ଜିଜ୍ଞାସା ସେଠି ପ୍ରଥମ, ସଂପୂର୍ଣ୍ଣା ବେହେରା ଦ୍ୱିତୀୟ, ଅଲିଶା ସାହୁ ଓ କେ ସ୍ଵାତି ସୁବୁଦ୍ଧି ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଜୁନିୟର ବିଭାଗରେ ଅଂଶୁମାନ ପଣ୍ଡା ପ୍ରଥମ, ମିଷ୍ଟି ମୁଖୀ ଦ୍ୱିତୀୟ ଓ ପ୍ରଜ୍ଞାନୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ସିନିୟର ବିଭାଗରେ କଳ୍ପନା ସାହୁ ପ୍ରଥମ, ସୋନାଲି ସ୍ୱାଇଁ ଦ୍ୱିତୀୟ ଏବଂ ରୁଦ୍ର ମାଧବ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତିପ୍ରତିଯୋଗୀ ଏବଂ ଅଂଶ ଗ୍ରହଣ କରିଥିବା ସମସ୍ତ ଶିଶୁଭାଇଭଉଣୀ ମାନଙ୍କୁ ସିଲ ଏବଂ ମେଡାଲ ଦେଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କୁନି କୁନି ଶିଶୁ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନୁଷ୍ଠାନ ର ପ୍ରତିଷ୍ଠାତା ସୂର୍ଯକିରଣ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସସ୍ମିତା ପଣ୍ଡା, ସୁନିଲ କୁମାର ଗୌଡ଼, ସୁମିତ୍ରା ପାଣିଗ୍ରାହୀ, ରୋଜାଲିନ, ଶ୍ରଦ୍ଧା, ଜେ ସୁଜାତା ଓ ମାମାଲି ମହାରଣା ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ଅନୁଷ୍ଠାନ ର ଚ୍ୟାୟରମ୍ୟାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
