ଜିଲ୍ଲା କୃଷକ କଂଗ୍ରେସ ତରଫରୁ ଜିଲ୍ଲାପାଳ ଅଫିସ ଘେରାଉ
ଯାଜପୁର ଜିଲ୍ଲା ପାଳ ଅଫିସ ଘେରାଉ କରିଥିଲେ କୃଷକ କଂଗ୍ରେସ ତରଫରୁ ଧାରଣା ଏବଂ ମାଗୁଣି ଜେନା ଜିଲ୍ଲା କଂଗ୍ରେସ ସଭାପତି ଙ୍କ ନେତୃତ୍ବରେ ଶତାଧିକ କୃଷକ କଂଗ୍ରେସ ଦଳର ସଦସ୍ୟମାନେ ଘେରାଉ କରିଥିଲେ । ଏବଂ ଏ ଘେରାଉ କରିବା କାରଣ ହେଉଛି ଜଣେ କୃଷକ ଭାଇ ମାନଙ୍କୁ ଚିନାବାଦାମ ମାଣ୍ଡିଆ ଉତ୍ପାଦନ ହୋଇନାହିଁ କାହିଁକି ସରକାର ତରଫରୁ ବିହନ ଯୋଗାଇ ଦିଆଯାଉନାହିଁ ଏବଂ ଚାଷୀ ଚାଷ କିପରି ଭାବରେ କରିବ ଏଥିପାଇଁ ମାଗୁଣି ଜେନା ଜିଲ୍ଲା କଂଗ୍ରେସ ସଭାପତି, ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ,ଏ ଆଇ ସି ସି କଂଗ୍ରେସ ସଭ୍ୟା ମଧୁମିତା ଆଚାର୍ଯ୍ୟ, ସୁଧାଂଶୁ ଦେଓ ପ୍ରଦେଶ କଂଗ୍ରେସ ର ଉପଦେଷ୍ଟା,ସୁବେନ୍ଦୁ ମହାନ୍ତି କଂଗ୍ରେସ ସେବା ଦଳ ରାଜ୍ୟ ସଭାପତି, କିଶାନ ପଣ୍ଡା କଂଗ୍ରେସ ବିଧାୟକ ପ୍ରାଥି ଧର୍ମଶାଳା, ବିଂଝାରପୁର ବିଧାୟିକା ପ୍ରାଥିନୀ କନକଲତା ମଲିକ, କଂଗ୍ରେସ ନେତା ଦିପକ କୁମାର ବଳ ଧର୍ମଶାଳା, କଂଗ୍ରେସ ନେତା ପ୍ରଫୁଲ୍ଲ କୁମାର ରାୟ, ଚିନ୍ମୟ ପ୍ରଧାନ କଂଗ୍ରେସ ନେତା ଯାଜପୁର ଜିଲ୍ଲା କଂଗ୍ରେସ କୃଷକ ସେଲ୍ , ସଭାପତି ବସନ୍ତ କୁମାର ପରିଡ଼ା, ପ୍ରମୋଦ ମହାନ୍ତି,କାଳୁଆ ରାଉତ ଏବଂ ଶତ୍ୟାଧିକ ଶତ୍ୟାଧିକ ଜନତାଙ୍କର ଭିଡ ହୋଇଥିଲା। ଓ ଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ଦେଇଥିଲେ ଚାଷୀମାନଙ୍କୁ କିପରି ଭାବରେ ସବୁକିଛି ବିହନ ଯୋଗାଇ ଦିଆଯିବ ବୋଲି କଂଗ୍ରେସ ତାର। ଆଦୋଲନ ଚାଷୀମାନଙ୍କ ପାଇଁ କରିଥିଲେ
ଯାଜପୁର ଜିଲ୍ଲା ଧର୍ମଶାଳା ରୁ କୁଲୁ ବରାଳ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
