*ନୂଆପଡ଼ା ଉପ ନିର୍ବାଚନ ରେ ବରିଷ୍ଠ ନାଗରିକ ମାନେ ଭୋଟ ଦାନ, ଭୋଟ ପ୍ରତିଶତ ବୃଦ୍ଧି*
ନୂଆପଡ଼ା(ମିଖାଏଲ ନନ୍ଦ)
ଜିଲ୍ଲା ୭୧ ତମ ନୂଆପଡ଼ା ବିଧାନସଭା ରେ ଅନୁଷ୍ଠିତ ହେଉଅଛି ଉପ ନିର୍ବାଚନ। ଏହି ନିର୍ବାଚନ ରେ ବିଶେଷ ରୂପେ ମହିଲ୍ ଭୋଟର ଅଧିକ ସଂଖ୍ୟାରେ ମତଦାନ କରିଥିବା ବେଳେ ତାଙ୍କ ଲମ୍ବା ଲାଇନ ଥିବା ଦେଖାଯାଉଛି। ଦିନ ୯ ଘଣ୍ଟା ସମୟ ରେ ୧୪.୯୯% ପ୍ରତିଶତ ମତଦାନ ହୋଇଥିବା ବେଳେ ଦିନ ୧୧ ଘଣ୍ଟା ସମୟରେ ୩୧.୨୫% ମତଦାନ ହୋଇଅଛି। ସେହିପରି ଦିନ ୧ ଘଣ୍ଟା ସମୟ ରେ ମତଦାନ ୪୯.୬୯ % ପ୍ରତିଶତ ମତଦାନ ହୋଇଥିବା ଜିଲ୍ଲା ନିର୍ବାଚନ ଅଧିକାରୀ ପକ୍ଷ ରୁ ପ୍ରକାଶ କରିଛନ୍ତି। ବର୍ତ୍ତମାନ ୩ ଘଣ୍ଟା ସମୟରେ ମତଦାନ ୬୫.୨୦ % ପ୍ରତିଶତ ହୋଇଅଛି।
