*ନୂଆପଡା ଉପ ନିର୍ବାଚନରେ ଅତି ସମ୍ବେଦନ ଶୀଳ ବୁଥ ରୁ ପୋଲିଙ୍ଗ ପ୍ରିଜାଇଡିଙ୍ଗ ଅଧିକାରୀ ମାନେ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମତଦାନ ୭୫%ରୁ ଉର୍ଦ୍ଧ ମତଦାନ ହୋଇଅଛି ବାୟୁ ସେନା ର ଦୁଇ ଗୋଟି ହେଲିକପ୍ଟର ବ୍ୟବହାର*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନରେ ଅତି ସମ୍ବେଦନ ଶୀଳ ବୁଥ ରୁ ପୋଲିଙ୍ଗ ଓ ପ୍ରିଜାଇଡିଙ୍ଗ ଅଧିକାରୀ ମାନେ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଠ ଗୋଟି ଅତି ସମ୍ୱେଦନଶୀଳ ବୁଥ ରହିଥିବା ବେଳେ ସମୁଦାୟ ୪୦ ଜଣ ପୋଲିଙ୍ଗ ଓ ପ୍ରିଜାଇଡିଙ୍ଗ ଅଧିକାରୀ ଏବଂ ଦୁଇ ଜଣ ସେକ୍ଟର ଅଧିକାରୀ ଯାଇଥିଲେ। ମତଦାନ ୭୫%ରୁ ଉର୍ଦ୍ଧ ମତଦାନ ହୋଇଅଛି ବୋଲି ଦୟିତ ରେ ଥିବା ଅଧିକାରୀ ମାନେ ପ୍ରକାଶ କରିଛନ୍ତି। ପଡୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟ ରୁ ବାୟୁ ସେନା ର ସ୍ୱତ ଦୁଇ ଗୋଟି ହେଲିକପ୍ଟର ରେ ମାଓ ପ୍ରବଣ ସୁନାବେଡ଼ା ଓ ସୋଷେଙ୍ଗ ଅଞ୍ଚଳ ରୁ ସୁରକ୍ଷିତ ଅଧିକାରୀଙ୍କୁ ଅଣାଯାଇଛି। ଗୋଟିଏ ହେଲିକପ୍ଟର ୫ ଘଣ୍ଟା ୧୦ ମିନିଟ ରେ ଅବତରଣ କରିଥିବା ବେଳେ ଅନ୍ୟ ଏକ ହେଲିକପ୍ଟର ୫ ଘଣ୍ଟା ୨୫ ମିନିଟ ରେ ଅବତରଣ କରିଅଛି।
