ବେତନଟୀରେ ଶିମିଳିପାଳକୁ ଜାତୀୟ ଉଦ୍ୟାନର ସ୍ୱୀକୃତି ପ୍ରଦାନ ଦିବସ ପାଳିତ :
*******************************
ଶିମିଳିପାଳ ଇକୋ ଫ୍ରେଣ୍ଡସ ପର୍ଯ୍ୟାବରଣ ସଂରକ୍ଷଣ ଗତିଵିଧି ମୟୂରଭଞ୍ଜ,ଏବଂ ସିଭିଲ ସୋସାଇଟିବେତନଟୀର ମିଳିତ ଉଦ୍ୟମରେ ବିଶ୍ୱ ବିଖ୍ୟାତ ଶିମିଳିପାଳକୁ ଜାତୀୟ ଉଦ୍ୟାନ ସ୍ୱୀକୃତିର ପ୍ରଥମ ବାର୍ଷିକ ସ୍ମୃତି ଦିବସ ଜାତୀୟ ସବୁଜ ବାହିନୀର ମାଷ୍ଟର ଟ୍ରେନର ତଥା ସିଭିଲ ସୋସାଇଟିର ସଂଗଠନ ସମ୍ପାଦକ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବେତନଟୀର ଅନେକ ଅଗ୍ରଗଣ୍ୟ ସାମାଜିକ ସଂଗଠନ ଯଥା,ସିଭିଲ ସୋସାଇଟି, ଏପେକ୍ସ ଫରେଷ୍ଟ ପ୍ରୋଟେକ୍ସନ କମିଟି,ମୟୂର ସାହିତ୍ୟ ସଂସଦ, ଅଖିଳ ଭାରତୀୟ ବହୁ ଭାଷୀ ସାହିତ୍ୟ ପରିଷଦ କବି ସଙ୍ଗମ, ବିକାଶ ମଞ୍ଚ ପ୍ରମୁଖ ସଂଗଠନ ଏବଂ ବେତନଟୀର ଅନେକ ବରିଷ୍ଠ ସଚେତନ ନାଗରିକ ମାନେ ଅଂଶ ଗ୍ରହଣ କରି ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳ ଵାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗତ ବର୍ଷ ଓଡିଶା ସରକାର ଗେଜେଟ ନୋଟିଫିକେସନ ପତ୍ର ସଂଖ୍ୟା – ୧୦୦୮ ଏସ, ଆର. ଓ ସଂଖ୍ୟା -୨୮୧/୨୦୨୫ ତାରିଖ – ୨୪. ୦୪. ୨୦୨୫ରେ ଜାତୀୟ ଉଦ୍ୟାନର ମାନ୍ୟତା ପ୍ରଦାନ କରି ଥିବାରୁ ଜଙ୍ଗଲ, ପରିବେଶ ଓ ଜଳ ଵାୟୁ ପରିବର୍ତ୍ତନ ବିଭାଗ ମନ୍ତୀ ଇଂ ଗଣେଶରାମ ସିଂ ଖୁଣ୍ଟିଆଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ll ଶିମିଳିପାଳ ଆମର ଗର୍ବ ଓ ଗୌରବ, ଶିମିଳିପାଳ ସୁରକ୍ଷା ଜୀବ, ଜଗତର ସୁରକ୍ଷା “Similipal is Our Pride.
Save Similipal, Save Life” ସ୍ଲୋଗାନ ଦେଇ ଶିମିଳିପାଳର ସୁରକ୍ଷା ଓ ବିକାଶ ପାଇଁ ସର୍ବ ସାଧାରଣରେ ସଚେତନତା ସୃଷ୍ଟି କରିଥିଲେ l ସିଭିଲ ସୋସାଇଟିର ସାଧାରଣ ସମ୍ପାଦକ ଏଡ଼ଭୋକେଟ ସଚ୍ଚିଦାନନ୍ଦ ମହାନ୍ତି ଶିମିଳିପାଳକୁ ଜୀବ ଜଗତର ଜୀବନ ନାଟିକା କହି ବିଶ୍ୱ ତାପନ, ଜଳ ଵାୟୁ ପରିବର୍ତ୍ତନ ଓ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ହେଲେ ଶିମିଳିପାଳର ସୁରକ୍ଷା ଓ ବିକାଶ ଅତି ଆବଶ୍ୟକ ବୋଲି କହିଥିଲେ l l କବି ସଙ୍ଗମର ସଭାପତି କବି ବାସୁଦେବ ନାପିତ ଶିମିଳିପାଳ ଭିତରର କିଛି ଅଙ୍ଗେ ଲିଭା ସ୍ଵ -ଅନୁଭୂତିର କଥା କହି ବିଶ୍ୱ ଦରବାରରେ ଶିମିଳିପାଳ ଆମର ପରିଚୟ ବୋଲି କହିଥିଲେ l ବିକାଶ ମଞ୍ଚର ଆବାହକ ତଥା ଫରେଷ୍ଟ ପ୍ରୋଟେକ୍ସନ କମିଟି ବେତନଟୀର ଉପସଭାପତି ହରିଶ୍ଚନ୍ଦ୍ର ନନ୍ଦଗୋସ୍ୱାମୀ, ରୋଟାରୀ କ୍ଲବର ସମ୍ପାଦକ ରବୀନ୍ଦ୍ର କୁମାର ମିଶ୍ର,ସମାଜ ସେଵୀ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଶିମିଳିପାଳର ବୈଶିଷ୍ଠ ବିଷୟରେ ଆଲୋକପାତ କରିଥିଲେ l ଅଧ୍ୟକ୍ଷୀୟ ବକ୍ତବ୍ୟ ପ୍ରଦାନ କରି ଡ଼କ୍ଟର ରମାକାନ୍ତ ମହାନ୍ତ ସ୍ୱାଧୀନତାର ୭୯ ବର୍ଷ ପରେ ଅନେକ ସଂଘର୍ଷ, ସଂଗ୍ରାମ, ନିରନ୍ତର ବହୁ ବର୍ଷ ଧରି ଦାବୀ କରିବା ପରେ ଗତ ତାରିଖ- ୨୪. ୪. ୨୦୨୫ରେ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା,ମର୍ଯ୍ୟାଦା, ସମ୍ମାନ ପ୍ରଦାନ କରିଥିବାରୁ ଡବଲ ଇଞ୍ଜିନ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ନାଗରିକ ସିଭିଲିଆନ ଗୌତମ କୁମାର ପାତ୍ର l
