*ଆସନ୍ତା କାଲି ଭୋଟ ଦେବେ ୨ ଲକ୍ଷ ୫୩ ହଜାର ୬୨୪ ଭୋଟର, ପ୍ରତିନ୍ଦ୍ବନ୍ଦିତା ରେ ୯ ଜଣ ପ୍ରାର୍ଥୀ*
ନୂଆପଡା(ମିଖାଏଲ ନନ୍ଦ)
ଆସନ୍ତା କାଲି ଭୋଟ ଦେବେ ୨ ଲକ୍ଷ ୫୩ ହଜାର ୬୨୪ ଭୋଟର, ପ୍ରତିନ୍ଦ୍ବନ୍ଦିତା ରେ ୯ ଜଣ ପ୍ରାର୍ଥୀ ସାମିଲ ହୋଇଛନ୍ତି। ନିର୍ବାଚନ ରେ ୧ ଲକ୍ଷ ୨୪ ହଜାର ୧୦୮ ଜଣ ପୁରୁଷ ଭୋଟର ରହିଥିବା ବେଳେ ୧ ଲକ୍ଷ ୨୯ ହଜାର ୪୯୫ ମହିଳା ଭୋଟର ରହିଛନ୍ତି। ସେହିପରି ତୃତୀୟ ଲିଙ୍ଗ ଭୋଟର ୨୧ ଜଣ ରହିଛନ୍ତି। ନୂଆପଡ଼ା ଉପ ନିର୍ବାଚନ ରେ ୧୭୮୬ ବରିଷ୍ଠ ନାଗରିକ ଭୋଟର ଥିବା ବେଳେ ୨୪୨୯ ଯୁବ ଭୋଟ ରହିଛନ୍ତି। ୩୯୮୮ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ୧୪ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୫ ଜଣଙ୍କ ନାମାଙ୍କନ ପାତ୍ର ଖାରଚ ହୋଇଅଛି। ଚଳିତ ଉପ ନିର୍ବାଚନ ରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ରେ ପ୍ରଟିନ୍ଦ୍ବନ୍ଦିତା କରୁଛନ୍ତି।
