ମାସିକ ସାହିତ୍ୟ ଆସର।
ବ୍ରହ୍ମପୁର -ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟ ରେ ଶ୍ରୀ ଜଗନ୍ନାଥ ଚେତନା ରେ ବୈଦିକ ସାହିତ୍ୟ, ଠାରୁ ଆରମ୍ଭ କରି ବିଭିନ୍ନ ଧର୍ମ ସହିତ ଜଗନ୍ନାଥ ସଂସ୍କୃତି। ସର୍ବଧର୍ମ ର ସମନ୍ୱୟ। ବିଶ୍ବ ଦରବାରରେ ଜଗନ୍ନାଥଙ୍କ ମହିମା ସହିତ ଜଗନ୍ନାଥ ଓଡ଼ିଆଙ୍କ ଅସ୍ମିତାର ପ୍ରତୀକ ଓ ଓଡ଼ିଆଙ୍କ ପ୍ରାଣର ଠାକୁର ଭାବେ ଓଡ଼ିଆ କାବ୍ୟ,କବିତା ରେ ଛତ୍ରଛତ୍ରୀ କିପରି ପ୍ରତିଫଳିତ ହୋଇଛି ସେହି ସମ୍ପର୍କରେ ଏହି ଉଭୟ ସଂସଦର ଅତିଥି ମାନେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ।ଓଡ଼ିଶା ଭଞ୍ଜ ସାହିତ୍ୟ ଏକାଡେମୀ ଓ ପ୍ରାଚୀନ ସାହିତ୍ୟ ସଂସଦ ର ମିଳିତ ଆନୁକୁଲ୍ୟରେ ଉତ୍କଳ ଆଶ୍ରମ ର ସମ୍ମିଳନୀ କକ୍ଷରେ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶା ଭଞ୍ଜ ସାହିତ୍ୟ ଏକାଡେମୀ ର ସଭାପତି ଉମାଚରଣ ମିଶ୍ର ସଭାପତି, ଭଞ୍ଜ ସାହିତ୍ୟ ଏକାଡେମୀ ର ମୁଖ୍ୟ ସମ୍ପାଦକ କାଳିନ୍ଦୀ ଚରଣ ନାୟକ ମଞ୍ଚ ସଞ୍ଚାଳକ, ଶ୍ରୀ ବାଲାଜୀ ମହାବିଦ୍ୟାଳୟ ନୂଆପଡ଼ା ଗଞ୍ଜାମ ର ଅଧ୍ୟକ୍ଷ ଡକ୍ଟର ସୁଦର୍ଶନ ପଟ୍ଟନାୟକ ଆଲୋଚକ, ଓଡ଼ିଶା ଭଞ୍ଜ ସାହିତ୍ୟ ଏକାଡେମୀ ର ସମ୍ପାଦକ ଓ ପ୍ରାଚୀନ ସାହିତ୍ୟ ସଂସଦ ର ସଭାପତି ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ଆଲୋଚକ ଭାବେ ଯୋଗଦାନ କରିଥିଲେ। ଜଗନ୍ନାଥ ଙ୍କ ପ୍ରଭାବ ଓ ପ୍ରେମର ସ୍ବରୂପ ସମ୍ପର୍କରେ ଅନେକ କଥା ଆଲୋଚନା କରାଯାଇଛି।ସୁବାଷ ଚନ୍ଦ୍ର ପଣ୍ଡା, ବିଜୟ ଚନ୍ଦ୍ର ମିଶ୍ର, ଇଂଜିନିୟର ପ୍ରଫୁଲ୍ଲ କୁମାର ତ୍ରିପାଠୀ ଆଦି ପ୍ରାଚୀନ ଓ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ପ୍ରେମ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅନେକ କଥା ଉପସ୍ଥାପନା କରିଥିଲେ। ମୁକ୍ତ ସଂଯୋଜନା ରେ କବିତା ପାଠ କରାଯାଇଥିଲା। ପ୍ରାରମ୍ଭିକ ସଙ୍ଗୀତ ପ୍ରଫୁଲ୍ଲ କୁମାର ମହାପାତ୍ର ଗାନ କରି ଥିଲେ। ପରିଶେଷରେ ସୁବାସ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
