ସଚ୍ଚିଦାନନ୍ଦଙ୍କ “ମୋ ଗାଆଁ କାହାଣୀ” ପୁସ୍ତିକା
ଲୋକାର୍ପିତ
ବେତନଟୀ ମୟୂର ସାହିତ୍ୟ ସଂସଦର କାର୍ଯ୍ୟକାରୀ ସଭାପତି ତଥା ମାସିକ ଶିକ୍ଷକ ଦର୍ପଣ ପତ୍ରିକାର ପୂର୍ବତନ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ଗ୍ରାମ ଚରିତ୍ରଙ୍କୁ ନେଇ ଲିଖିତ ପୁସ୍ତିକା “ମୋ ଗାଆଁ କାହାଣୀ “ଉନ୍ମୋଚିତ ହୋଇଯାଇଛି । ବେତନଟୀସ୍ଥ ମହାରାଜା ପ୍ରତାପଚନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ପ୍ରତିଭା ସମ୍ବର୍ଦ୍ଧନା ସମାରୋହରେ ବହୁ ସାହିତ୍ୟିକଙ୍କ ଉପସ୍ଥିତିରେ ଏହାର ଲୋକାର୍ପଣ କରାଯାଇଅଛି। ବାରିପଦା ସଦର ଉପ-ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା , ବିଶିଷ୍ଟ ସାହିତ୍ୟିକ ଏବଂ ଉଦଳା ବିଜ୍ଞାପିତ ପରିଷଦର ନଗରପାଳ ବିଶିଷ୍ଟ ସାହିତ୍ୟିକା, ପ୍ରମିଳା ପଣ୍ଡାଙ୍କ କରକମଳରେ ପୁସ୍ତିକାଟି ଉନ୍ନୋଚିତ ହୋଇଯାଇଛି । ଏଥିରେ ୧୩ଗୋଟି ସମାଜ ସୁଧାରକଙ୍କ ଚରିତ୍ର ଗଲ୍ପଆକାରରେ ଓ ୧୩ଟି ବିଭିନ୍ନ ସ୍ୱାଦର କବିତା ସନ୍ନିବେଷ୍ଟିତ।ଆକର୍ଷଣୀୟ କଭର ପେଜ୍ ବିଶିଷ୍ଟ ପତ୍ରିକାକୁ ଯୁବ କବି ତଥା ବନମୟୁରୀ ପତ୍ରିକାର ସଂପାଦକ ନୀରଦ ସୁନ୍ଦର ଜେନା ସମୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ, ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ଅରୁଣ କୁମାର ଓତା, ରବୀନ୍ଦ୍ରନାଥ ମିଶ୍ର, ଅର୍ଜ୍ଜୁନ ସିଂହ, ସନ୍ତୋଷ ମହାନ୍ତି, ସର୍ବେଶ୍ଵର ଜେନା ଓ ଡାଃ କୁମାର ବାବୁଲି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।
