ଷ୍ଟେସନ ରେ ଯୁବକଙ୍କୁ ଛୁରାମାଡ।
ମେଳା ବୁଲିବାକୁ ଆସିଥିବା ଯୁବକ ଙ୍କୁ ଛୁରା ମାଡ଼ , ଗୁରୁତର ଆହତ ଯୁବକ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ।
ଏହିପରି ଅଭାବନୀୟ ଘଟଣା ଘଟିଛି ବାରିପଦା ସହରର ଭଂଜପୁର ଷ୍ଟେସନ ରେ।
ଗତକାଲି ବିଳମ୍ବିତ ରାତିରେ ଭଂଜପୁର ରେ ହେଉଥିବା ଜଗଦ୍ଧାତ୍ରୀ ମେଳା ବୁଲିବାକୁ ବୁଢାମରା ଗାଁ ର କିଛି ଯୁବକ ଆସିଥିବା ବେଳେ ତାଙ୍କ ସହ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ଙ୍କ ସହ ଯୁକ୍ତିତର୍କ ହୋଇଥିଲା ।
ଭଂଜପୁର ଷ୍ଟେସନ ବାହାରେ ଅନ୍ଧାରିଆ ସ୍ଥାନରେ ଯୁବକ ଜଣକ ପରିସ୍ରା ଯିବାବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ପାଟିତୁଣ୍ଡ କରିବା ସହ ମାଡ଼ ମାରିଥିଲେ।
ଏପରିକି ଦୁବୃର୍ତ୍ତ ମାନେ ଏକ ଛୁରୀ ରେ ଯୁବକଙ୍କୁ ଆକ୍ରମଣ କରିଥିଲେ । ଷ୍ଟେସନ ପାଖରେ ମେଳା ହେଉଥିବା ରୁ ହଜାର ହଜାର ଲୋକ ଙ୍କ ଭିଡ଼ ଜମୁଛି ।
ଭିଡ଼କୁ ଦୃଷ୍ଟିରେ ରଖି ଜିଆରପି ପୋଲିସ ମୁତୟନ କରାଯାଇଥିବା ରୁ ଛୁରାମାଡ ଖବର ପାଇ ଜିଆରପି ପୋଲିସ ରକ୍ତାକ୍ତ ଯୁବକଙ୍କୁ ଉଦ୍ଧାର କରି ବାରିପଦା ମେଡିକାଲ ରେ ଭର୍ତ୍ତି କରାଇଥିଲେ।
ଗୁରୁତର ଆହତ ଯୁବକ ଜଣକ ବୁଢାମରା ଅଞ୍ଚଳ ର ୧୬ /୧୭ ବର୍ଷିୟା ଆକାଶ ନାୟକ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ଏହିଘଟଣା ରେ ବାରିପଦା ଜିଆରପି ଥାନା ରେ ଏକ ମାମଲା ରୁଜୁ କରାଯାଇ ଏହା ର ତଦନ୍ତ ଆରମ୍ଭ କରାଯାଇଛି ବୋଲି ଜିଆରପି ପୋଲିସ କହିଛନ୍ତି।
ମେଳା ରେ ହଜାର ହଜାର ଲୋକ ଙ୍କ ଭିଡ଼ ହେଉଥିବା ବେଳେ ପ୍ରତ୍ୟେକ ଦିନ ଛୋଟ ବଡ଼ ଚୋରି , ଗଣ୍ଡଗୋଳ ହେଉଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚା ପାଲୋଟିଛି ।
