ପ୍ରଥମ ଥାନା ଅଧିକାରୀ ନିଯୁକ୍ତ।
ସୋର ( ଭଞ୍ଜଦୂତ ନିପ୍ର ଜ୍ୟୋତି ପ୍ରକାଶ)::: ଦୀର୍ଘ ୧୫ ବର୍ଷ ର ବ୍ୟବଧାନ ପରେ ଫାଣ୍ଡି ରୁ ଥାନା କୁ ଘୋଷଣା ହୋଇଛି ଅନନ୍ତପୁର ଫାଣ୍ଡି। ଗତବର୍ଷ ସରକାର ଏହି ଫାଣ୍ଡି ରୁ ଥାନା ପରିବର୍ତ୍ତନ ହେବା ନେଇ ଘୋଷଣା କରିଥିଲେ। ଥାନା ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ଆଇଆଇସିଙ୍କୁ ନିଯୁକ୍ତି ମିଳିଛି। ଆଇଆଇସି ଭାବେ ପ୍ରଶାନ୍ତ କୁମାର ପାଣି ଙ୍କୁ ଅନନ୍ତପୁର ଥାନା ରେ ଦାୟିତ୍ଵ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ମାସ ତଳେ ଅନନ୍ତପୁର ଥାନା ର ଗୃହକାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ପୋଲିସ ବିଭାଗ କୁ ହସ୍ତାନ୍ତର ହୋଇନଥିବାରୁ ନୂତନ ଥାନା ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଶ୍ରୀ ପାଣି ଅନନ୍ତପୁର ଥାନା ରେ ଯୋଗଦେବା ପୂର୍ବରୁ କଷାଫଳ ଥାନା ରେ ନିଜ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିଥିଲେ।
