ଚେଳିତୋଳ ବାଲିଯାତ୍ରା ଦ୍ୱିତୀୟ ସନ୍ଧ୍ୟା
ଜଗତସିଂହପୁର ଜିଲ୍ଲା ତିର୍ତୋଲ ୨୪ ବର୍ଷରେ ପଦାର୍ପଣ କରିଛି | ଆଜି ଦ୍ଵିତୀୟ ସନ୍ଧ୍ୟା ରେ ଲୋକ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା | ଲୋକମାନେ ବାଲିଯାତ୍ରା ବୁଲିବା ସହିତ ସାଂସ୍କୃତିକ ମଞ୍ଚରେ ମନୋରଞ୍ଜନ ପାଇଁ ବିଭିନ୍ନ ନୃତ୍ୟଗୀତ କୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା |
ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ମୁଖ୍ୟବକ୍ତା ଭାବେ ଜଗତସିଂହପୁର ଜିଲ୍ଲପାଳ ଜେ ସୋନାଲ, ସଂମ୍ମାନିତ ଅତିଥିଭାବେ ପାରାଦ୍ୱୀପ ଫର୍ମାସୀ କଲେଜ ର ନିର୍ଦେଶକ ଅଶୋକ କୁମାର ମହାନ୍ତି, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲାପରିଷଦ ଉପସଭାପତି ଶ୍ରୀମତୀ ସୁଜାତା ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବେହେରା, ଗଙ୍ଗାଧର ବିଶ୍ୱାଳ, ତିର୍ତ୍ତୋଲ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରା, ଉପାଧ୍ୟାକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ଚେଳିତୋଳ ବାଲିଯାତ୍ରା କମିଟିର ସଭାପତି ବିଧାୟକ ଡ଼. ରମାକାନ୍ତ ଭୋଇ ପ୍ରମୁଖ ଯୋଗ ଦେଇ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଓ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ | ଚେଳିତୋଳ ବାଲିଯାତ୍ରା କମିଟି ର ବରିଷ୍ଠ ସଭ୍ୟ ଅମରଜ୍ୟୋତି ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାରଦା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ | ଆଦିକବି ଶାରଳା ଦାସ ଙ୍କ ଜୟନ୍ତୀରେ ଆଜିର ଦ୍ଵିତୀୟ ସନ୍ଧ୍ୟାକୁ ସଭାପତି ଆଦିକବି ଙ୍କୁ ଉତ୍ସ
