“ବନ୍ଦେ ମାତରଂ”ର ୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ :
ବାଲେଶ୍ଵର :- ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ଭାରତର ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରଂ”ର ୧୫୦ ତମ ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ରାଷ୍ଟ୍ରୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ସ୍ଥାନୀୟ ଜିଲ୍ଲାପାଳଙ୍କ ଅଡିଟରିୟମ ଠାରେ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ଵିନୀ ରାଉତ ରାଷ୍ଟ୍ରୀୟ ଗୀତର ରଚୟିତା ,ଉତ୍ପତ୍ତିସ୍ଥଳ ଏବଂ ମୂଲ୍ୟବୋଧ ସମ୍ପର୍କରେ ସମ୍ୟକ ଧାରଣା ଉପସ୍ଥାପନ କରିଥିଲେ। ଏହି ମହାନ ପବିତ୍ର ବନ୍ଦେ ମାତରଂ ରାଷ୍ଟ୍ରୀୟ ଗୀତର ରଚୟିତା ବଙ୍କିମ ଚନ୍ଦ୍ର ଚୋଟପୋଧାୟ ଭୌଗୋଳିକ ବିବିଧତା , ବର୍ଣ୍ଣ ଲିଙ୍ଗ,ଧର୍ମ ଭିନ୍ନତା ମଧ୍ୟରେ ଦେଶବାସୀଙ୍କୁ ଏକ ସୂତ୍ରରେ ବାନ୍ଧି ରଖିବା ପାଇଁ ୧୮୭୫ ମସିହାରେ ଆନନ୍ଦ ମଠରେ ରଚନା କରି ଦେଶବାସୀଙ୍କ ମାତୃଭୂମୀ ପ୍ରତି ଅଗାଢ ଭକ୍ତି ଶ୍ରଦ୍ଧା ଜାଗ୍ରତ କରୁଥିବା ବନ୍ଦନା,ଯାହା କାଳଜୟୀ, ପୁରୁଷ ପୁରୁଷ ଧରି ଅଭୂତପୂର୍ବ ଆବେଗ ଆହ୍ୱାନ ଭରି ଦେବା ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରକାଶ କରିବା ସହ ୧୮୯୬ ମସିହାରେ ନୋବେଲ ବିଜେତା କବି ରବୀନ୍ଦ୍ର ନାଥ ଠାକୁର ଜାତି ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତ ସ୍ଵାଧୀନ ଭାରତର ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରୀୟ ଗୀତର ମାନ୍ୟତା ପ୍ରଦାନ କରିଥିଲେ।ଏହି ଉତ୍ସବରେ ରାଷ୍ଟ୍ରୀୟ ଗୀତର ରଚୟିତାଙ୍କ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ହୋଇଥିଲା। ଏଥି ସହିତ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ ରାଉତ, ସଦର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିଵ ମାଲବ୍ୟ ଯୋଗ ଦେଇ ରାଷ୍ଟ୍ରୀୟ ଏକତା ଏବଂ ସଂହତି କ୍ଷେତ୍ରରେ ଯେଉଁ ମହାନ୍ ମନୀଷ ମାନଙ୍କ ଦେଶ ସ୍ଵାଧୀନତା ଆନ୍ଦୋଳନର ପୁରୋଧା,ସଂଗ୍ରାମ,ବଳିଦାନ ସେମାନଙ୍କୁ ଗାଥା ସ୍ମୃତି ଚ।ରଣ କରିଥିଲେ। ପରେ ପରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡର ଷ୍ଟାଡିୟମ୍ ଠାରୁ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତର ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ର ଚେତନାକୁ ଜାଗ୍ରତ କରୁଥିବା ବନ୍ଦନା ଏକ ଐତିହାସିକ ଗୁରୁଦାୟିତ୍ଵ ବହନ କରି ଦେଶଭକ୍ତି ଓ ରାଷ୍ଟ୍ର ଗୌରବର ଶାଶ୍ଵତ ଚେତନା ବାର୍ତ୍ତା ପ୍ରସାର କରିବା ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରିଯୁକ୍ତ ମୋଦି ଦେଶ ଓ ଜାତି ପାଇଁ ରାଷ୍ଟ୍ରୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ମୃତି ବହନ କରୁଥିବା ମୁଦ୍ରା,ସ୍ମାରକ ଡାକ ଟିକଟ ଉନ୍ମୋଚିତ ହୋଇଥିଲା ଏବଂ ଭବ୍ୟ ସଙ୍ଗୀତ ପରିବେଷଣ -ବନ୍ଦେ ମାତରଂ ନାଦ ଏକମ୍ , କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ହୋଇଥିଲା। ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ଵିନୀ ରାଉତ ଉପସ୍ଥିତ ସଦସ୍ୟ/ସଦସ୍ୟା ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
