ଆଦିକବି ଶାରଳା ଦାସଙ୍କ ଜୟନ୍ତୀ ଉପଲକ୍ଷେ ପୁସ୍ତକ ଉନ୍ମୋଚନ
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ, ତେନ୍ତୁଳିପଦା ,,,, ଓଡ଼ିଆ ଭାଷା ସାହିତ୍ୟ ର ସ୍ରଷ୍ଟା ଆଦିକବି ସାରଳା ଦାସଙ୍କ କାଳଜୟୀ ସାହିତ୍ୟ ପ୍ରତ୍ୟେକ ଜନମାନସ କୁ ଆନନ୍ଦିତ କରିବା ସହ ତାଙ୍କର କୃତି ସମୂହ କୁ ବିଶ୍ଵସ୍ତରରେ ପହଞ୍ଚାଇବା ପାଇଁ ପ୍ରତ୍ୟେକ ସାରସ୍ୱତ ସାଧକ ଉଦ୍ୟମ କରିବା ଉଚିତ୍ ବୋଲି ସାରଳା ଦାସ ଙ୍କ ଜନ୍ମ ମାଟି ପ୍ରାଚୀନ ଝଙ୍କଡ଼ ର ତେନ୍ତୁଳିପଦା ସ୍ଥିତ ମୁନି ଗୋସାଇଁ ମଠ ପରିସର ଆଦିକବି ଭବନରେ ଅନୁଷ୍ଠିତ ସାରଳା ଦାସଙ୍କ ଜୟନ୍ତୀ ସମାରୋହ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକସେବକ ମଣ୍ଡଳ ର ରାଷ୍ଟ୍ରୀୟ ସମ୍ପାଦକ ତଥା ଦୈନିକ ସମାଜ ର ମୁଦ୍ରାକର ତଥା ପ୍ରକାଶକ ରାଜେନ୍ଦ୍ର କୁମାର ଜେନା ମତ ବ୍ୟକ୍ତ କରିଛନ୍ତି l ଏଥିସହିତ ସାରଳା ଦାସ ଙ୍କୁ ଯେତିକି ସମ୍ମାନ ମିଳିବା କଥା ତାଙ୍କୁ ଏପର୍ଯ୍ୟନ୍ତ ମିଳି ପାରିନାହିଁ l ତାଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଉତ୍ସବ କୁ ସରକାରୀ ସ୍ତରରେ ପାଳନ କରାଯାଉ ବୋଲି କହିଥିଲେ l ସାରଳା ଦାସ ସାଧନା ପୀଠ ଉନ୍ନୟନ ପରିଷଦ ଓ ବିକାଶ ପରିଷଦ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସମାରୋହରେ ପରିଷଦର ସଭାପତି ସୁରେଶ ଚନ୍ଦ୍ର ମହାନ୍ତିଙ୍କ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ବକ୍ତା ଦୈନିକ ଖବର କାଗଜ ନିତିଦିନ ର ସମ୍ପାଦକ ମନୋଜ କୁମାର ମହାପାତ୍ର ସାରଳା ଦାସଙ୍କ ରଚନାବଳୀ କୁ ବିଭିନ୍ନ ଭାଷାରେ ଅନୁବାଦ କରିବା ପାଇଁ ଓଡ଼ିଶାର ସଂସ୍କୃତି ବିଭାଗ ପଦକ
