କୋରାପୁଟ ରେ ମାଣ୍ଡିଆ ଦିବସ ପାଳିତ l
ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ଜିଲ୍ଲା ପ୍ରଶାସନ ର ଅଧ୍ୟକ୍ଷତା ରେ ପାଳିତ ହୋଇଯାଇଛି l ଏଥିରେ କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଯୋଗଦେଇ କାଯ୍ୟକ୍ରମ କୁ ଉଦଘାଟନ କରିବା ସହ ଶ୍ରୀଅନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ l ଓ ଜିଲ୍ଲା ରେ ତିରିଶ ହଜାର ହେଜଟର ରେ ମାଣ୍ଡିଆ ଚାଷ ହେବାସହ ଚାଷୀ ମାନେକୃତ ହେଉଛନ୍ତି ବୋଲି କହିଥିଲେ l ଆଗାମୀ ଦିନରେ ଏହି ଚାଷ କୁ ଆହୁରି ଗୁରୁତ୍ୱ ଦେବାସହ ପ୍ରଚାର ପ୍ରସାର କରାଯିବ ବୋଲି କହିଥିଲେ l କେବଳ ସେତିଜି ନୁହଁ ମାଣ୍ଡିଆ ଚାଷଆଜିର ଦିନ ରେ ଆର୍ଥିକ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଓ କୋରାପୁଟ ରୁ ଯାଇ ବିଦେଶୀ ରାଷ୍ଟ୍ର ଆମେରିକା ରେ ବି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହିଥିଲେ l ଆଜିର କାଯ୍ୟକ୍ରମ ରେ ଜିଲ୍ଲା ର ମାଣ୍ଡିଆ ଚାଷୀ କୃଷି ବିଭାଗ ର ଅଧିକାରୀ ଉପସ୍ଥିତ ଥିବାବେଳେ ମିଲେଟ ର ଏକ ହବ କୁ ଜିଲାପାଳ ଉଦଘାଟନ କରିଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
