ହାଇଦ୍ରାବାଦ ରେ ଓଡ଼ିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ।
ସୋର:( ଭଞ୍ଜଦୂତ, ନିପ୍ର,ଜ୍ୟୋତି ପ୍ରକାଶ) ହାଇଦ୍ରାବାଦ ରେ କାର୍ଯ୍ୟରତ ଓଡ଼ିଆ ଯୁବକ ଙ୍କ ସନ୍ଦେହ ଜନକ ମୃତ୍ୟୁ। ଯୁବକ ଜଣକ ହେଲେ ସୋର ବ୍ଲକ ସାଜନପୁର ପଞ୍ଚାୟତ ଅଙ୍କବ୍ରହ୍ମପୁର ଗ୍ରାମ ର ଅନୀଲ ଯେନା ଙ୍କ ପୁଅ ସରୋଜ ଯେନା (୨୪). ସେ ଗତ ୩ ତାରିଖ ରାତିରେ ଖାଇପିଇ ଶୋଇଥିବା ବେଳେ ସକାଳେ ତାଙ୍କ ସହକର୍ମୀ ମାନେ ଡାକିବାରୁ ସେ ଉଠି ନଥିଲେ। ପରେ ହୋଟେଲ ମାଲିକ କୁ ଖବର ଦିଆଯାଇଥିଲା। ହୋଟେଲ ମାଲିକ ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୋଲିସ ଶବ ବ୍ୟବଚ୍ଛେଦ ପରେ ହୋଟେଲ ମାଲିକ ଓ କର୍ମଚାରୀ ଙ୍କ ସହାୟତା ରେ ତାଙ୍କ ମୃତ୍ୟୁ ଦେହ କୁ ଅଙ୍କବ୍ରହ୍ମପୁର ସ୍ଥିତ ଘର କୁ ଆଣିଥିବା ଜଣା ପଡିଛି। ପରେ ତାଙ୍କ ମୃତ୍ୟୁ ଶରିର କୁ ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ସତ୍କାର କରିଯିବ ବୋଲି ପରିବାର ଲୋକଙ୍କୁ ଠାରୁ ସୂଚନା ମିଳିଛି।
ପ୍ରକାଶ ଥାଉକି ସରୋଜ ଙ୍କ ନାମ ରେ ବାଲେଶ୍ଵର ଜିଲ୍ଲା ର ବିଭିନ୍ନ ଥାନାରେ ତଥା ଜିଲ୍ଲା ବାହାର ର ବିଭିନ୍ନ ଥାନାରେ ଚୋରି, ଛିନତାଇ, ସଂଘବଦ୍ଧ ଆକ୍ରମଣ ଇତ୍ୟାଦି ମାମଲା ରହିଛି।
