**ଲୌହ ମାନବ ପାଇଁ ମିନି ମାର୍ଥାନ**
ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନାରେ ଭାରତର ଲୌହ ମାନବ ସର୍ଦାର ବଲ୍ଳଭ ଭାଇ ପଟେଲ ଙ୍କ ୬୮ ତମ ଶ୍ରଦ୍ଧାଞ୍ଜଳି ଦିବସ ଉପଲକ୍ଷେ ତିର୍ତୋଲ ପୋଲିସ ପ୍ରଶାସନ ପକ୍ଷରୁ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି l ତିର୍ତୋଲ ଥାନା ମଣିଜଙ୍ଗା ପୋଷ୍ଟ ଅଫିସ ଠାରୁ ଏହି ମାରାଥାନ ଆରମ୍ଭ କରାଯାଇ କଟକ ପାରାଦ୍ୱୀପ ମୁଖ୍ୟ ରାସ୍ତାର ବାଲିପାଟଣା ଠାରେ ଶେଷ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ତିର୍ତୋଲ ଥାନା ଆଇଆଇସି ପ୍ରଦୀପ କୁମାର ସେଠି ତିର୍ତୋଲ ଅଞ୍ଚଳ ର ଜଣା ଶୁଣା ସମାଜ ସେବି ବିମଳ ମହାପାତ୍ର, ତିର୍ତୋଲ ଥାନା ର ଏକାଧିକ ପୋଲିସ ଅଧିକାରୀ ମାନେ ଅନୁଷ୍ଠାନିକ ଭାବେ ଯୋଗ ଦେଇ ମିନି ମାରାଥାନ କୁ ଉଦଘାଟନ କରିଥିଲେ l ଏମଏସ ଏକାଡେମୀ ର କ୍ରୀଡା ଶିକ୍ଷକ ଭୂବନମୋହନ ଜେନା ଙ୍କ ତତ୍ତ୍ୱଅବଧାନ ରେ ତିରିଶ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ମାରାଥାନ ରେ ଯୋଗଦେଇଥିଲେ l
