**ଅଁଳା ନବମୀ ଉପଲକ୍ଷେ ପାଇକସାହି ହନୁମାନ ମନ୍ଦିରରେ ସାଂସ୍କୃତି କାର୍ଯ୍ୟକ୍ରମ **
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅଧିନସ୍ତ ପାଇକସାହି ଇବ୍ରିସିଂ ଗ୍ରାମ ରେ ଅଁଳା ନବମୀ ଉପଲକ୍ଷେ ଭଜନ ସମାହୋର ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ବାସୀଙ୍କ ସହଯୋଗ ରେ ବହୁ ଆଡ଼ମ୍ବର ସହିତ ୧୦୦୦ ଲୋକଙ୍କ ପାଇଁ ବେଞ୍ଜନ ଵେବସ୍ତା କରାଯାଇଥିଲା l ଏଥିରେ ସମସ୍ତ ଗ୍ରାମବାସି ଯୋଗ ଦେଇ ଓଡ଼ିଆ ଜାତିର ଆଧ୍ୟାତ୍ମିକ ପରମ୍ପରାରେ ହନୁମାନ ପୂଜା ଅନେକ ଗୁରୁତ୍ୱ ବହନ କରିବା ସହିତ ୧୨ ମାସରେ ୧୩ ପର୍ବ ପରି ଗ୍ରାମଅଂଚଳ ରେ ଅନୁଷ୍ଠିତ ସାଂସ୍କୃତିକ ଉତ୍ସବ ଆମ ସମସ୍ତଙ୍କୁ ଏକତା ଓ ଭାଇଚାରାରେ ଯୋଡିଥାଏ ବୋଲି ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ବିଶ୍ୱ ରଞ୍ଜନ ଦଳାଇ ଙ୍କ ସହିତ ଗ୍ରାମ ର ବହୁ ଯୁବକ ଉପସ୍ଥିତ ଥିଲେ l ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଅନୁଷ୍ଠାନର କର୍ମକର୍ତ୍ତା ମାନେ ମିଳିମିଶି ପରିଚାଳନା କରିଥିଲେ ପରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
