*ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଉପ ନିର୍ବାଚନ ରେ ପ୍ରତିନ୍ଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ସହ ଏକ ବୈଠକ*
ନୂଆପଡା(ମିଖାଏଲ ନନ୍ଦ)
ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ଉପ ନିର୍ବାଚନ ରେ ପ୍ରତିନ୍ଦ୍ୱନ୍ଦିତା କରୁଥିବା ପ୍ରାର୍ଥୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଅଛି। ବୈଠକ ରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ, ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅତୁଲ୍ ପାଣ୍ଡେ, ଏବଂ ପୋଲିସ୍ ପର୍ଯ୍ୟବେକ୍ଷକ ବି ଶଙ୍କର୍ ଜଇସ୍ୱାଲ୍, ନିର୍ବାଚନ ଦାୟିତ୍ବ ରେ ରହି ମୁକ୍ତ ଅବାଧ ନିର୍ବାଚନ ପାଇ ୭୧- ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେଉଥିବା ଉପ ନିର୍ବାଚନ ପାଇଁ ସମସ୍ତ ବିଧାୟକ ପ୍ରାର୍ଥୀ ଏବଂ ତାଙ୍କର ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହି ଆଲୋଚନା ରେ ସହଯୋଗ କରିବା ସହ ନିର୍ବାଚନ ରେ ଜାରି ହୋଇଥିବା ସମସ୍ତ ମାର୍ଗଦର୍ଶିକା ପାଲନ ପାଇଁ ଆହ୍ବାନ କରିଥିଲେ। ଗଣତନ୍ତ୍ର ର ପର୍ବ ନିର୍ବାଚନ କୁ ମିଳିତ ରୂପେ ପାଳନ କରି ଜଣେ ଭାରତୀୟ ଙ୍କ ପରିଚୟ ଦେବାକୁ ଆହ୍ବାନ କରିଛନ୍ତି। ସଭାରେ ଜିଲ୍ଲାପାଳ ମଧୁସୂଦନ ଦାସ, ଏସ ପି ଅମୃତ ପାଲ ସିଂ ପ୍ରମୁଖ ଯୋଗ ଦେଇ ଥିବା ବେଳେ ବିଧାୟକ ପ୍ରାର୍ଥୀ ଏବଂ ପ୍ରତିନିଧି ମାନେ ଯୋଗ ଦେଇଥିଲେ।
