*ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ରାମସ୍ବାମୀ ମନ୍ଦିର ପରିସର ମଧ୍ୟରେ ଚିତ୍ରଗୁପ୍ତ ପୂଜା ଉତ୍ସବ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ ରାମ ମନ୍ଦିର ପରିସର ମଧ୍ୟରେ କାରଣ ସମାଜ ପକ୍ଷ ରୁ ଚିତ୍ରଗୁପ୍ତ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି ପୂଜନ ଉତ୍ସବ ରେ ଚିତ୍ରାଗୁପ୍ତ ପୂଜା ରେ
କର୍ତ୍ତା ରୂପେ ପ୍ରବୀଣ ପଟ୍ଟନାୟକ ଓ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଦିଶା ପଟ୍ଟନାୟକ ଦାୟିତ୍ବ ନିର୍ବାହ କରିଛନ୍ତି। ମୁଖ୍ୟ
ପୂଜକ ରୂପେ ପ୍ରଫୁଲ୍ଲ ରଥ ପାରମ୍ପରିକ ରୀତି ନୀତି ରେ ପୂଜାର୍ଚ୍ଚନା କରିଥିଲେ। କାରଣ ସମାଜ ସଭାପତି ଶ୍ରୀ ସତୀଶ କୁମାର ପଟ୍ଟନାୟକ, ସମ୍ପାଦକ ଶ୍ରୀ ଜିତେନ୍ଦ୍ର ନାଥ ପଟ୍ଟନାୟକ, ସମାଜ ର ସମସ୍ତ ସଦସ୍ୟ ଓ ସଦସ୍ୟା ସହଯୋଗ କରିଥିଲେ।
