ପରବ 2025ପାଇଁ ସାଧାରଣ, ବୈଠକ ଅନୁଷ୍ଠିତ l
ଆଜି ସ୍ଥାନୀୟ ସଦଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ର ଆନୁକୂଲ୍ୟରେ ଆଜି ଚଳିତ ବର୍ଷ ର ପରବ ପାଇଁ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ପରବ ପଡିଆରେ କିପରି ଭାବେ ସୁରୁଖୁରୁରେ ରେ ପରବ ଅନୁଷ୍ଠିତ ହେବ ସେଥିପାଇଁ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା ଟ୍ରାଫିକ ବ୍ୟବସ୍ଥା ଠୁ ଆରମ୍ଭ କରି ପାନୀୟ ଜଳର ବ୍ୟବସ୍ଥା ଏପରିକି ପରବ ର ପ୍ରଥମ ସୋପାନ ପଂଚାୟତ ସ୍ତରରୁ ଜିଲ୍ଲା ସ୍ତର ରେ କିପରି ପ୍ରତିପାଦିତ ହୋଇପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା ଚଳିତ ବର୍ଷ ର ଜିଲ୍ଲା ସ୍ତରୀୟ ପରବ ଡିସେମ୍ବର 18ରୁ 22ତାରିଖ ପଯ୍ୟନ୍ତ ପରବ ଅନୁଷ୍ଠିତ କରିବାକୁ ବୋୖଠକ ରେ ନିଷ୍ପତି ହୋଇଥିଲାବେଳେ ପଂଚାୟତ ସ୍ତରୀୟ ପରବ ନଭେମ୍ବର 12ତାରିଖ ଦିନ l ଲକ୍ଷ୍ମୀପୁର ବ୍ଲକ ର କୁଟିନି ପଦର ଠାରେ ଆରମ୍ଭ ହେବ ବୋଲି ଜଣାପଡିଛି l କେବଳ ସେତିକି ନୁହଁ ଗ୍ରାମାଞ୍ଚଳ ର ଲୁକlୟତ ପ୍ରତିଭା କୁ ଖୋଜି ବାହାର କରିବା ଓ ଗ୍ରାମାଞ୍ଚଳ ର କଳା ସଂକୃତି କୁ ପ୍ରାଧ୍ୟାନ୍ୟ ଦେବା ଉପରେ ଉପସ୍ଥିତ ବ୍ୟକ୍ତି ବିଶେଷାଙ୍କ ନିଜ ନିଜର ମତ ଉପସ୍ଥାପନ କରିଥିଲେ l ଜନପ୍ରତିନିଧି ଠୁ ଧରି ଗଣମାଧ୍ୟ୍ୟମ ର ପ୍ରତିନିଧିଯାଏଁ ଏ ବୌଠକ ରେ ଉପସ୍ଥିତ ଥିଲେ l
କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
