ଚାଇନା ବାଣରେ ଛିଣ୍ଡିଗଲା ଯୁବକଙ୍କ ହାତ ପାପୁଲି।
ସୋର (ଭଞ୍ଜଦୂତ, ନିପ୍ର): ଆଲୋକ ର ପର୍ବ ଦିପାବଳୀ ଉତ୍ସବ ମୁଖର ଗାଁ ଠାରୁ ସହର କିନ୍ତୁ ଏହା ଭିତରେ ଏକ ଅଘଟଣ ଦେଖିବାକୁ ମିଳିଛି ସୋର ଅଞ୍ଚଳରେ।ସୂଚନା ଅନୁସାରେ ବାଲେଶ୍ୱର ସୋର ଥାନା ଗୋବିନ୍ଦପୁର ଗ୍ରାମର ବାବୁ ମହାନ୍ତି ନାମକ ଯୁବକ ଘର ନିକଟରେ ଏକ ଚାଇନା ବାଣ ଫୁଟାଉଥିବା ବେଳେ ବାଣ ଟି ତାଙ୍କ ଡାହାଣ ହାତ ପାପୁଲିରେ ଫୁଟିଯାଇଥିଲା। ଫଳରେ ଉକ୍ତ ହାତର ପାପୁଲି ନଷ୍ଟହେବା ସହ ଆଙ୍ଗୁଠି ଗୁଡ଼ିକ ବାହାରକୁ ବାହାରି ଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
