
ରିପୋଟ -ଅମିତ କୁମାର ମହାନ୍ତି
ମହାଶିବ ରାତ୍ରୀ ଜାଗରଯାତ୍ରା ଅବସରରେ ପଂଚଦେବ ପୀଠ ମହାବିନାୟକ ଠାରେ ମହା ଆଡମ୍ବରରେ ସଂସ୍କୃତିକ ମହୋର୍ସବ ଅନୁଷ୍ଠିତ ହୋଇଯାଇଛି।…ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ନିକଟସ୍ଥ ବାରୁଣାବନ୍ତ ସବୁଜ ବନାନୀ ରେ ଅଧିଷ୍ଠିତ ମହାବିନାୟକ ପୀଠରେ ଚଳିତ ବର୍ଷ ପ୍ରଥମ ବାର୍ଷିକ ସାଂସ୍କୃତିକ ପରିଷଦ ପକ୍ଷରୁ ତିନିଦିନ ବ୍ୟାପି ସାଂସ୍କୃତିକ ମହୋର୍ସବ ଆୟୋଜନ କରାଯାଇଛି।ଜାଗର ସଂଧ୍ୟାରେ ସାଂସ୍କୃତିକ ପରିଷଦର ପ୍ରଥମ ସଂଧ୍ୟାରେ ଉଦଘାଟନ ଉର୍ସବକୁ ଯାଜପୁର ସାସଂଦ ଡ. ରବିନ୍ଦ୍ର ନାରାୟଣ ବେହେରା ଉଦଘାଟନ କରି ମହାବିନାୟକ ପୀଠ ଆମ ଜିଲ୍ଲାର ଏକ ପ୍ରମୂଖ ଶୈବ ପୀଠ କେବଳ ଜାଗର ସମୟ ନୁହେଁ ବର୍ଷ ତମାମ ଶ୍ରଦ୍ଧାଳୁ,ଭକ୍ତ ଓ ପର୍ଯ୍ୟଟକଙ୍କ ଆକର୍ଷଣ କେନ୍ଦ୍ର ବୋଲି କହିଥିଲେ।ମୂଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇ ଆମ ମାଟି ଆରାଧ୍ୟ ଦେବତା ମହାବିନାୟକ ଆମ ପରିଚୟ ପଂଚଦେବ ପୂଜନ ପ୍ରଥା ଅନ୍ୟ କୌଣସି ଶୈବ ପୀଠରେ ଦେଖିବାକୁ ମିଳିନଥାଏ।ଚଳିତ ବର୍ଷ ମହାବିନାୟକ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ କଳା,ସଂସ୍କୃତିର ମହାପର୍ବ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଆନନ୍ଦମୟ ପରିବେଶ ଷୃଷ୍ଟି କରିପାରିଛି।ମହାବିନାୟକ ପୀଠର ବିକାଶ ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି।ଆଗାମୀ ଦିନରେ ଏହି ପୀଠକୁ ଆହୁରି ସରସ ସୁନ୍ଦର ଓ ବର୍ଣାଢ୍ୟ ପରିବେଶ ହୋଇପାରିବ।ଶିକ୍ଷାବିତ ପ୍ରାକ୍ତନ ଅଧ୍ୟାପକ କେଦାରନାଥ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ସଭାରେ ଯାଜପୁର ପ୍ରାକ୍ତନ ଯାଜପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଆମ ସଂସ୍କୃତି,ଐତିହ୍ୟ ଓ କଳାକୁ ଉଜ୍ଜିବିତ କରିବା ପାଇଁ ଆୟୋଜିତ ସାଂସ୍କୃତିକ ଉର୍ସବକୁ ପ୍ରସଂସା କରିବା ସହ ଏହାର ଉତ୍ତରୋତ୍ତର ଅବିବୃଦ୍ଧି କାମନା କରିଥିଲେ।ଶିକ୍ଷାବିତ ବଳରାମ ରଣା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ପରିଷଦର ସଭାପତି ପବିତ୍ର ରାଉତ ମହାବିନାୟକ ପୀଠର ଐତିହ୍ୟ ବିଷୟରେ ଆଲୋକପାତ କରିଥିଲେ ।ସମ୍ପାଦକ ହରିଶଙ୍କର ପଣ୍ଡା ସମ୍ପଦକୀୟ ପାଠ କରିଥିଲେ ।କାର୍ଯ୍ୟକ୍ରମ ଆରମ୍ଭରୁ ଚଣ୍ଡିଖୋଲ ଉଦିୟମାନ କଳା ପରିଷଦ ସମ୍ପାଦକ ଅନିଲ କୁମାର ଦାଶଙ୍କ ସଂଚାଳନରେ ଅନୁଷ୍ଠାନର କଳାକାରମାନେ ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା।ଉଦଘାଟନ ଉର୍ସବ ପରେ ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପି ଇରା ମହାନ୍ତି ଓ ତାଙ୍କ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଭଜନ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ବିଭୋର କରିଥିଲା।ଶେଷରେ ବଡଚଣା ଶିକ୍ଷକ ସଂଘ ସଭାପତି ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବଡଚଣା ବିଡିଓ ରବିନ୍ଦ୍ର ପ୍ରଧାନ,ଶେଷଦେବ ନାୟକ,ବେଣୁଧର ବିଶ୍ୱାଳ,ଅଶୋକ ଦାଶ,ଆଇନଜିବୀ ଦେବରାଜ ବେହେରା ଅନୁଷ୍ଠାନର ଉପଦେଷ୍ଟା ଅନନ୍ତ ମହାଲା,ଚନ୍ଦନ ନାୟକ, ସରପଂଚ ଯଯାତି କେଶରୀ ରାଉତ,ପ୍ରଫୁଲ୍ଲ ଦାଶ,ପ୍ରମୋଦ ଜେନା ପ୍ରମୂଖ ଉପସ୍ଥିତ ଥିଲେ। ସଭ୍ୟ ଅଞନ ସାମଲ,ପ୍ରକାଶ ସାହୁ, ଟୁଇନାନ୍ସୁ ନାୟକ,ଡମ୍ବରୁଧର ବେହେରା, ଜଗର୍ନାଥ ମୁଦୁଲି,ପୀତବାସ ସେଠୀ,ବାଇଧର ସାହୁ,ଅଶୋକ ନାୟକ,ଜଗନ୍ନାଥ ମହାପାତ୍ର,କଳ୍ପତରୁ ସାହୁ ପ୍ରମୂଖ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।