*ନୂଆପଡା ରେ ଅବକାରୀ ବିଭାଗ ର ବଡ ସଫଳତା ଦୁଇ ଲକ୍ଷ ଟଙ୍କା ନଗଦ ସହିତ ୪୩ ଲକ୍ଷ ଟଙ୍କା ମୂଲ୍ୟର ଅବକାରୀ ସାମଗ୍ରୀ ଓ ୩ଟି ବାଇକ୍ ଜବତ l*
ନୂଆପଡା ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ନାକାବନ୍ଦି ସହିତ ଧର ପଗଡ ଜୋର୍ ଧରିଛି l ଖଡିଆଳ ଅତିରିକ୍ତ ତହସିଲଦାର ତ୍ରିଲୋଚନ ନାୟକ ଙ୍କ ନେତୃତ୍ୱରେ ଏଫ୍ ଏସ ଟି ଟିମ୍ ମୋହରା ଛକରୁ ଦୁଇ ଲକ୍ଷ ଟଙ୍କା ଜବତ କରିଛି l ASI ପ୍ରଭାକର ନାୟକ, OAPF ହିତେଶ କୁମାର ସବର ମୋହରା ଛକ ଆନ୍ତଃଜିଲ୍ଲା ଚେକ ପୋଷ୍ଟରେ ଚେକିଂ ଡ୍ୟୁଟି କରୁଥିଲେ। ଏହି ସମୟରେ ଏକ ବୋଲେରୋ ଗାଡି ରେଜିଷ୍ଟ୍ରେସନ୍ ନମ୍ବର OR ୧୬ B୭୨୩୩ ରେ ଆସୁଥିବା କଣ୍ଟାବାଞ୍ଜି ର ଯାଭେଦ ଖାନଙ୍କ ପାଖରୁ ୨୦୦୦୦୦ ଟଙ୍କା (ଦୁଇ ଲକ୍ଷ ଟଙ୍କା) ନଗଦ ମିଳିଥିଲା l ଯାଞ୍ଚ କରିବା ପରେ ସେ ନେଉଥିବା ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ l ତେଣୁ ଟଙ୍କା ଜବତ କରି ଖରିଆର ପୋଲିସ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି l ସେହିପରି ଜିଲ୍ଲା ଅବକାରୀ ବିଭାଗ ଘନ ଘନ ଯାଞ୍ଚ କରି ୬୩ଲି ବିଅର୍, ୩୨ଲି ବିଦେଶୀମଦ, ୩୦୧୬ଲି ହାତ ରନ୍ଧା ମଦ,୫୧୯ ଲି ବାହାର ଭାଟି ମଦ ,୪ କେଜି ଗଞ୍ଜେଇ ଏବଂ ୬୭୫୫୦ କେଜି ମହୁଲ ପୋଚ ଜବତ କରିଛନ୍ତି l ଏସବୁର ଆନୁମାନିକ ମୂଲ୍ୟ ୪୩ ଲକ୍ଷ ୫୭ ହଜାର ଟଙ୍କା ହେବ l ଏହା ସହିତ ତିନୋଟି ବାଇକ୍ ମଧ୍ୟ ଅବକାରୀ ବିଭାଗ ଜବତ କରିଛନ୍ତି l ଆଗାମୀ ଦିନରେ ଏନଫୋର୍ସମେଣ୍ଟ କୁ ଆହୁରି ତୀବ୍ର କରି ସବୁ ବେଆଇନ୍ କାର୍ଯ୍ୟକଳାପ ସମ୍ପୂର୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳ ନିୟୋଜିତ ସମସ୍ତ ଟିମ୍ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l
